ଓଡ଼ିଶା ଏଫ୍‌ସିରେ ଆଲେକ୍‌ଜାଣ୍ଡର

Advertisment
ଓଡ଼ିଶା ଏଫ୍‌ସିରେ ଆଲେକ୍‌ଜାଣ୍ଡର

Sportskeeda

ଭୁବନେଶ୍ବର: ଆଇଏସ୍‌ଏଲ୍‌ର ସପ୍ତମ ଋତୁ ପୂର୍ବରୁ ଓଡ଼ିଶାର ନିଜସ୍ବ ପେସାଦାର ଫୁଟବଲ୍ ଦଳ ‘ଓଡ଼ିଶା ଏଫ୍‌ସି’ ଦକ୍ଷିଣ ଆଫ୍ରିକୀୟ ମଧ୍ୟଭାଗ ଖେଳାଳି କୋଲ୍ ଆଲେକ୍‌ଜାଣ୍ଡରଙ୍କ ସହ ଦୁଇ ବର୍ଷୀୟା ଚୁକ୍ତି କରିନେଇଛି। କେପଟାଉନ୍‌ରେ ଜନ୍ମଗ୍ରହଣ କରିଥିବା ହେଲେନିକ୍ ଏଫ୍‌ସି, ଆଜେକ୍ସ କେପଟାଉନ୍ ଦଳ ପକ୍ଷରୁ ଖେଳିବା ପରେ ଆଲେକଜାଣ୍ଡର ବରିଷ୍ଠ ସ୍ତରୀୟ ପେସାଦାର ଫୁଟବଲ୍ ଖେଳିବାର ସୁଯୋଗ ପାଇଥିଲେ। ସେ ଜଣେ ଶକ୍ତିଶାଳୀ ଓ ଚତୁର ମଧ୍ୟଭାଗ ଖେଳାଳି ଭାବେ ପରିଚିତ। ଭାସ୍କୋଡାଗାମା, ଚିପା ୟୁନାଇଟେଡ୍, ପୋଲୋକ୍ବେନ୍ ସିଟି, ସୁପରସ୍ପୋର୍ଟ ୟୁନାଇଟେଡ୍ ଭଳି ଦକ୍ଷିଣ ଆଫ୍ରିକୀୟ ଦଳରୁ ଖେଳିବାର ଅଭିଜ୍ଞତା ମଧ୍ୟ ତାଙ୍କର ରହିଛି। ୩୧ ବର୍ଷୀୟ ଆଲେକଜାଣ୍ଡର ଦକ୍ଷିଣ ଆଫ୍ରିକାର ଜାତୀୟ ଦଳରୁ ମଧ୍ୟ ଖେଳିଛନ୍ତି।

ଗତବର୍ଷ ଦକ୍ଷିଣ ଆଫ୍ରିକା ପ୍ରିମିୟର ଲିଗ୍‌ରେ ବିଦଭେଷ୍ଟ ୱିଟ୍ସ ଦଳରୁ ଖେଳି ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ ସେ। ଚଳିତ ଋତୁରେ କିନ୍ତୁ ଓଡ଼ିଶା ଏଫ୍‌ସିରୁ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ଏଫ୍‌ସି ମୁଖ୍ୟ ପ୍ରଶିକ୍ଷକ ଷ୍ଟୁଆର୍ଟ ବାସ୍କଟର୍ ଆଲେକଜାଣ୍ଡରଙ୍କୁ ଦଳକୁ ସ୍ବାଗତ କରିଛନ୍ତି। ଆଲେକଜାଣ୍ଡରଙ୍କ ସହ ମୁଁ ବାଫନାରେ କାମ କରିଛି। ସେ ଉଚ୍ଚଶକ୍ତି ସଂପନ୍ନ ଓ ଦୃଢ଼ ବ୍ୟକ୍ତିତ୍ବ ନେଇ ଦଳକୁ ଆସିବେ। ନିଜ ପ୍ରଦର୍ଶନ ବଳରେ ସେ ପ୍ରଶଂସକଙ୍କ ମନ ଜିତି ପାରିବେ ‌ବୋଲି ମୋର ଆଶା ଓ ବିଶ୍ବାସ। ଆସନ୍ତା ଋତୁରେ ଓଡ଼ିଶା ଏଫ୍‌ସିରୁ ଖେଳିବା ନେଇ ସେ ଉଲ୍ଲସିତ ଅଛନ୍ତି ବୋଲି ଆଲେକଜାଣ୍ଡର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe