ଆଇପିଏଲ୍‌ ଖେଳିବାରେ ଅଲ୍ଲୀ ହେବେ ପ୍ରଥମ ଆମେରିକୀୟ

Advertisment
ଆଇପିଏଲ୍‌ ଖେଳିବାରେ ଅଲ୍ଲୀ ହେବେ ପ୍ରଥମ ଆମେରିକୀୟ

ଆବୁଧାବି: ଯୁକ୍ତରାଷ୍ଟ୍ର ଆମେରିକାର ଦ୍ରୁତ ବୋଲର ଅଲ୍ଲୀ ଖାନ୍‌ କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌) ପକ୍ଷରୁ ଏଥର ଆଇପିଏଲ୍‌ ଖେଳିବା ପାଇଁ କ୍ଷେତ୍ର ପ୍ରସ୍ତୁତ ହେଉଛି। ଦୁଇ ଥର ବିଜେତା କେକେଆର୍‌ ଏଥର ଇଂଲିସ୍‌ ଦ୍ରୁତ ବୋଲର ହାରି ଗୁର୍ନିଙ୍କ ବଦଳ ଖେଳାଳି ଭାବେ ୨୯ ବର୍ଷ ବୟସ୍କ ଅଲ୍ଲୀ ଖାନ୍‌ଙ୍କୁ ଦଳରେ ନେବାକୁ ଚାହିଁଛି। ଏନେଇ ଆଇପିଏଲ୍‌ କର୍ତ୍ତୃପକ୍ଷଙ୍କ ଅନୁମୋଦନକୁ ଅପେକ୍ଷା କରିଛି। ଅଲ୍ଲୀ ଯଦି ଏଥରର ଆଇପିଏଲ୍‌ ଖେଳନ୍ତି, ତାହାଲେ ଏକ୍ଷେତ୍ରରେ ସେ ହେବେ ପ୍ରଥମ ଆମେରିକୀୟ ଖେଳାଳି। ଗତବର୍ଷ ମଧ୍ୟ ଅଲ୍ଲୀ କେକେଆର୍‌ ନଜରରେ ରହିଥିଲେ। ହେଲେ ଶେଷପର୍ଯ୍ୟନ୍ତ ଚୁକ୍ତି କାର୍ଯ୍ୟକାରୀ ହୋଇପାରିନଥିଲା। ଅଲ୍ଲୀ ଗୁରୁବାର କାରବିଆନ୍‌ ପ୍ରିମିୟର ଲିଗ୍‌ (ସିପିଏଲ୍‌) ଟ୍ରଫି ଜିତିଥିବା ତ୍ରିନ୍‌ବାଗୋ ନାଇଟ୍‌ ରାଇଡର୍ସ ଦଳର ସଦସ୍ୟ ଥିଲେ। ଅପରାଜେୟ ତ୍ରିନ୍‌ବାଗୋ ଦଳ ପକ୍ଷରୁ ସେ ୮ ମ୍ୟାଚ୍‌ ଖେଳି ୭.୪୩ ଇକୋନୋମିରେ ୮ ୱିକେଟ୍‌ ଅକ୍ତିଆର କରିଥିଲେ। ସେ ୧୪୦ କିମିରୁ ଅଧିକ ବେଗରେ ବୋଲିଂ କରିପାରନ୍ତି ଏବଂ ଭୟଙ୍କର ୟର୍କର ପାଇଁ ବେଶ୍‌ ପରିଚିତ। ଦୀନେଶ କାର୍ତିକଙ୍କ କେକେଆର୍‌ ଦଳ ୨୩ ତାରିଖରେ ମୁମ୍ବାଇ ଇଣ୍ଡିଆନ୍‌ସ ସହ ଖେଳି ଆଇପିଏଲ୍‌ ଅଭିଯାନ ଆରମ୍ଭ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe