ଅଲ୍‌ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ୍‌: ସିନ୍ଧୁ ବିଦା; ଦ୍ବିତୀୟ ରାଉଣ୍ଡରେ ରୋହନ-ଋତ୍ବିକା, ଗାୟତ୍ରୀ-ତ୍ରିଶା

Advertisment

ଚଳିତ ଅଲ୍‌ଇଂଲଣ୍ଡ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରୁ ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ପିଭି ସିନ୍ଧୁଙ୍କ ଅଭିଯାନ ପ୍ରଥମ ରାଉଣ୍ଡରେ ଶେଷ ହୋଇଛି। ବୁଧବାର ମହିଳା ଏକକ ରାଉଣ୍ଡ ୩୨ରେ ଏହି ଭାରତୀୟ ମହିଳା କଡ଼ା ସଂଘର୍ଷ କରି ୨୧-୧୯, ୧୩-୨୧, ୧୩-୨୧ରେ ଦକ୍ଷିଣ....

sfsfsfxccx

ଲଣ୍ଡନ: ଚଳିତ ଅଲ୍‌ଇଂଲଣ୍ଡ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରୁ ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ପିଭି ସିନ୍ଧୁଙ୍କ ଅଭିଯାନ ପ୍ରଥମ ରାଉଣ୍ଡରେ ଶେଷ ହୋଇଛି। ବୁଧବାର ମହିଳା ଏକକ ରାଉଣ୍ଡ ୩୨ରେ ଏହି ଭାରତୀୟ ମହିଳା କଡ଼ା ସଂଘର୍ଷ କରି ୨୧-୧୯, ୧୩-୨୧, ୧୩-୨୧ରେ ଦକ୍ଷିଣ କୋରିଆର ଜିଇ କିମ୍‌ଙ୍କଠୁ ହାରିଯାଇଛନ୍ତି। ତେବେ ମିଶ୍ରିତ ଯୁଗଳ ଯୋଡ଼ି ରୋହନ କାପୁର ଓ ଋତ୍ବିକା ଶିବାନୀ ଗଡ଼େ ଏବଂ ମହିଳା ଯୁଗଳ ଯୋଡ଼ି ଗାୟତ୍ରୀ ଗୋପୀଚାନ୍ଦ ଓ ତ୍ରିଶା ଜଲି ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ରୋହନ ଓ ଋତ୍ବିକା ୨୧-୧୦, ୧୭-୨୧, ୨୪-୨୨ରେ ଚାଇନିଜ୍‌ ତାଇପେର ୟେ ହଙ୍ଗ ୱିଇ ଓ ନିକୋଲ ଗୋଞ୍ଜାଲେସ୍‌ଙ୍କୁ ଏବଂ ଗାୟତ୍ରୀ ଓ ତ୍ରିଶା ୨୧-୧୩, ୨୧-୧୭ରେ ତାଇୱାନ୍‌ର ସୁଙ୍ଗ ସୁୟୋ-ୟୁନ୍‌ ଓ ଚେନ୍‌ ୟୁଫେଇଙ୍କୁ ହରାଇଥିଲେ। ଗତକାଲି ଲକ୍ଷ୍ୟ ସେନ୍‌ ଓ ମାଳବିକା ବଂଶୁଦ ନିଜ ନିଜ ମ୍ୟାଚ୍‌ ଜିତି ଦ୍ବିତୀୟ ରାଉଣ୍ଡ‌ରେ ସ୍ଥାନ ପକ୍କା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe