India Posts English
ବର୍ମିଂହାମ୍ : ଭାରତୀୟ ତାରକା ଯୋଡ଼ି ତ୍ରିସା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଅଲ୍ ଇଂଲଣ୍ଡ ଓପନ୍ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍ସିପ୍ରେ ବିଜୟ ଧାରା ଜାରି ରଖି ମହିଳା ଯୁଗଳ ସେମିଫାଇନାଲ୍ ସ୍ଥାନ ପକ୍କା କରିଛନ୍ତି। ବିଶ୍ବ ମାନ୍ୟତାର ସପ୍ତଦଶ ଭାରତୀୟ ଯୋଡ଼ି ଶୁକ୍ରବାର କ୍ବାର୍ଟର ଫାଇନାଲ୍ରେ ଚୀନ୍ର ନୂଆ ଯୋଡ଼ି ଲି ୱେନ୍ ମି’ ଓ ଲିଉ ଜୁଆନ୍ ଜୁଆନ୍ଙ୍କୁ ୨୧-୧୪, ୧୮-୨୧ ଓ ୨୧-୧୨ରେ ପରାସ୍ତ କରିଛନ୍ତି। ଏଥି ସହିତ କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ଅଲ୍ ଇଂଲଣ୍ଡ ଚାମ୍ପିଅନ୍ସିପ୍ ସେମିଫାଇନାଲ୍ରେ ପହଞ୍ଚି ଯାଇଛନ୍ତି।
Follow Us