ଅଲ୍‌ ଇଂଲଣ୍ଡ ଓପନ୍‌, କ୍ବାର୍ଟର୍‌ରେ ସିନ୍ଧୁ

Advertisment
ଅଲ୍‌ ଇଂଲଣ୍ଡ ଓପନ୍‌, କ୍ବାର୍ଟର୍‌ରେ ସିନ୍ଧୁ

Onmanorama - Manoramaonline

ବର୍ମିଂହାମ: ଚଳିତ ଅଲ୍‌ ଇଂଲଣ୍ଡ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍‌ରେ ଭାରତୀୟ ମହିଳା ତାରକା ପିଭି ସିନ୍ଧୁ ପ୍ରବେଶ କରିଛନ୍ତି। ଗୁରୁବାର ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ରେ ଷଷ୍ଠ ମାନ୍ୟତାପ୍ରାପ୍ତ ସିନ୍ଧୁ ୨୧-୧୯, ୨୧-୧୫ରେ କୋରିଆର ସୁଙ୍ଗ ଜି ହୁନ୍‌ଙ୍କୁ ପରାସ୍ତ କରିଥିଲେ। ତେବେ ଅଲ୍‌ ଇଂଲଣ୍ଡ ପଦାର୍ପଣରେ ପ୍ରଥମ ପର୍ଯ୍ୟାୟ ବାଧା ଅତିକ୍ରମ କରି ନିଜର ଚମକ‌ ଦେଖାଇଥିବା ଲକ୍ଷ୍ୟ ସେନ୍‌ ଦ୍ବିତୀୟ ପର୍ଯ୍ୟାୟରେ ହାରି ବିଦାୟ ନେଇଛନ୍ତି। ବୁଧବାର ପ୍ରଥମ ପର୍ଯ୍ୟାୟରେ ଅଷ୍ଟାଦଶ ମାନ୍ୟତାପ୍ରାପ୍ତ ଚୀନ୍‌ର ଲି ଚିଉକ ୟିଉଙ୍କୁ ୧୭-୨୧, ୨୧-୮, ୨୧-୧୭ରେ ହରାଇଥିବା ୨୯ ମାନ୍ୟତାପ୍ରାପ୍ତ ଲକ୍ଷ୍ୟ ଗୁରୁବାର ୧୭-୨୧, ୧୮-୨୧ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଡେନ୍‌ମାର୍କର ଭିକ୍ଟର ଆକ୍ସେଲସନ୍‌ଙ୍କଠୁ ହାରି ଯାଇଥିଲେ। ତାଙ୍କ ବିଦାୟ ପରେ ପୁରୁଷ ଏକକରୁ ଭାରତୀୟଙ୍କ ଅଭିଯାନ ଶେଷ ହୋଇଥିଲା। ସେହିପରି ମହିଳା ଯୁଗଳ ଯୋଡ଼ି ଅଶ୍ବିନୀ ପୋନ୍ନପା ଓ ଏନ୍‌ ସିକ୍କି ରେଡ୍ଡୀ ୧୩-୨୧, ୧୪-୨୧ରେ ଜାପାନର ମିସାକି ମାସୁତୋମୋ ଓ ଆୟାକା ତାକାହାସିଙ୍କଠୁ ହାରି ବିଦାୟ ନେଇଥିଲେ।

ଲଣ୍ଡନ୍‌ ଅଲିମ୍ପିକ୍ସ କାଂସ୍ୟ ବିଜେତା ସାଇନା ନେହୱାଲଙ୍କ ସହ ବି ସାଇ ପ୍ରଣୀତଙ୍କ ଅଭିଯାନ ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଛି। ସାଇନା ୧୧-୨୧, ୮-୨୧ରେ ତୃତୀୟ ମାନ୍ୟତାପ୍ରାପ୍ତ ଜାପାନର ଅକାନେ ୟାମାଗୁଚିଙ୍କଠୁ ହାରି ଯାଇଥିଲେ। ଚଳିତ ବର୍ଷ ସାଇନାଙ୍କ ଏହା ତୃତୀୟ ପ୍ରଥମ ପର୍ଯ୍ୟାୟ ପରାଜୟ। ଫଳରେ ବିଶ୍ବମାନ୍ୟତାରେ ୨୦ତମ ସ୍ଥାନରେ ଥିବା ସାଇନାଙ୍କ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା‌ ଅର୍ଜନ ବିପଦରେ ରହିଛି। ସଂପ୍ରତି ତାଙ୍କ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ମାନ୍ୟତା ୨୨ ରହିଛି। ଏପ୍ରିଲ୍‌ ୨୮ ଶେ‌ଷ ତାରିଖ ମଧ୍ୟରେ ମାନ୍ୟତା ୧୬ରେ ରହିଲେ ଅଲିମ୍ପିକ୍‌ ଟିକେଟ୍‌ ନିଶ୍ଚିତ ହେବ। ପୁରୁଷ ଏକକରେ ବିଶ୍ବ ଚାମ୍ପିଅନ୍‌ସିପ୍‌ କାଂସ୍ୟ ବିଜେତା ତଥା ଦଶମ ମାନ୍ୟତାପ୍ରାପ୍ତ ପ୍ରଣୀତ ୧୨-୨୧, ୧୩-୨୧ରେ ୩୬ ମାନ୍ୟତାପ୍ରାପ୍ତ ଚୀନ୍‌ର ଝାଓ ଜୁନ୍‌ ପେଙ୍ଗ୍‌ଙ୍କଠୁ ହାରି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe