ସର୍ବଭାରତୀୟ ସିଭିଲ୍‌ ସର୍ଭିସ୍‌ ଚେସ୍‌: ଅଭିଷିକ୍ତା ଏକକ ଅଗ୍ରଣୀ

Advertisment
ସର୍ବଭାରତୀୟ ସିଭିଲ୍‌ ସର୍ଭିସ୍‌ ଚେସ୍‌: ଅଭିଷିକ୍ତା ଏକକ ଅଗ୍ରଣୀ

ଭୁବନେଶ୍ବର : କିଟ୍‌ ବିଶ୍ବବିଦ୍ୟାଳୟର ବିଶ୍ବନାଥନ୍ ଆନନ୍ଦ ଚେସ୍‌ ହଲରେ ଚାଲିଥିବା ସର୍ବଭାରତୀୟ ସିଭିଲ୍ ସର୍ଭିସ୍‌ ଚେସ୍‌ ପ୍ରତିଯୋଗିତାର ଷଷ୍ଠ ରାଉଣ୍ଡ ସୁଦ୍ଧା ମହିଳା ବ୍ୟକ୍ତିଗତ ବର୍ଗରେ ଓଡ଼ିଶାର ଅଭିଷିକ୍ତା ପଟ୍ଟନାୟକ ପୂରା ୬ ପଏଣ୍ଟ ସହ ଏକକ ଅଗ୍ରଣୀ ପାଇଛନ୍ତି। ତାଙ୍କ ପଛକୁ କେରଳର ସୁଧା ପି (୫.୫)ଦ୍ବିତୀୟ ଓ ଆନ୍ଧ୍ରପ୍ରଦେଶର ଯମୁନା ଏମ୍‌ (୫) ତୃତୀୟ ସ୍ଥାନରେ ଅଛନ୍ତି। ପୁରୁଷ ବର୍ଗରେ କେରଳର ଶ୍ରୀଜିତ ଜିଏସ୍‌ ଓ ଆର୍‌ଏସ୍‌ବି ଚେନ୍ନାଇର ପ୍ରଦୀପ କୁମାର ସାଢେ ୫ ପଏଣ୍ଟ ଲେଖାଏଁ ପାଇଁ ଯୁଗ୍ମ ଭାବେ ଆଗୁଆ ଅଛନ୍ତି। ଏମାନଙ୍କ ପଛକୁ ଆର୍‌ଏସ୍‌ବି ଭୁବନେଶ୍ବରର ସୌମ୍ୟରଂଜନ ମିଶ୍ର ଓ ଉତ୍କଳ ରଂଜନ ସାହୁ ୫ ପଏଣ୍ଟ ଲେଖାଏଁ ପାଇଛନ୍ତି। ଶୁକ୍ରବାର ଅଜନ୍ତା ଆଡ୍‌ଭାଟାଇଜର୍ସର ପ୍ରୋପାଇଟର ମନୀଷ ଅଗ୍ରୱାଲ ପଞ୍ଚମ ରାଉଣ୍ଡକୁ ଉଦ୍‌ଘାଟନ କରିଥିଲା ବେଳେ ଦିନର ଦ୍ବିତୀୟାର୍ଦ୍ଧରେ ଓମ୍‌ କେଜରିୱାଲ୍‌ ଆଣ୍ଡ କୋ’ର ସିଏ ସ୍ବାତୀ କେଜରିୱାଲ୍‌ ଏବଂ ପଦ୍ମିନୀ ରାଉତ ଷଷ୍ଠ ରାଉଣ୍ଡକୁ ଉଦ୍‌ଘାଟନ କରିଥିଲେ। ପରେ ଅତିଥିମାନଙ୍କୁ ଆୟୋଜକଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe