ସର୍ବଭାରତୀୟ ସିଆରପିଏଫ୍‌ ହକି ଆରମ୍ଭ

Advertisment
ସର୍ବଭାରତୀୟ ସିଆରପିଏଫ୍‌ ହକି ଆରମ୍ଭ

ଭୁବନେଶ୍ୱର: କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ନିର୍ମିତ ନୂଆ ହକି ଷ୍ଟାଡିୟମ୍‌ରେ ମଙ୍ଗଳବାରଠାରୁ ସର୍ବଭାରତୀୟ ସିଆରପିଏଫ୍‌ ଅନ୍ତଃ ଜୋନ୍‌ ହକି ପ୍ରତିଯୋଗିତା ଆରମ୍ଭ ହୋଇଛି। ୫ ଦିନିକିଆ ଏହି ପ୍ରତିଯୋଗିତାକୁ ଓଡ଼ିଶା କ୍ଷେତ୍ର ଆଇଜି ଭିତୁଲ କୁମାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଏସ୍‌ଏଫ୍‌ ଆଇଜି ଅଶ୍ୱିନ କୁମାର, ସିଆରପିଏଫ୍‌ ଡିଜି ଜିଏଲ୍‌ ମୀନା, ଭୁବନେଶ୍ୱର ଡିଆଇଜି ଏସ କେ ଟିଗ୍ଗା ଉଦ୍‌ଘାଟନୀ ଉତ୍ସବରେ ସାମିଲ ଥିଲେ। ପ୍ରଥମ ଦିବସରେ ମୋଟ ୪ ମ୍ୟାଚ୍‌ ଅନୁଷ୍ଠିତ ହୋଇଛି। କେନ୍ଦ୍ରୀୟ ଜୋନ୍‌ ‘ବି’ ଦଳ ୧୫-୦ରେ ଦକ୍ଷିଣ ଜୋନ୍‌ ‘ବି’କୁ, ଜମ୍ମୁ କଶ୍ମିର ‘ଏ’ ୩-୧ରେ ଉତ୍ତର ପୂର୍ବକୁ, ଜମ୍ମୁ କଶ୍ମିର ‘ବି’ ୩-୧ରେ ଦକ୍ଷିଣ ଜୋନ୍‌ ‘ଏ’କୁ ପରାସ୍ତ କରିଛି। ଏଭଳି ଏକ ସମ୍ମାନଜନକ ପ୍ରତିଯୋଗିତାକୁ କିଟ୍‌ ହକି ଷ୍ଟାଡିୟମ୍‌ରେ କରିବାକୁ ସୁଯୋଗ ଦେଇଥିବାରୁ ସିଆରପିଏଫ୍‌କୁ କିଟ୍‌ ଓ କିଟ୍‌ ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe