Sports: ସର୍ବଭାରତୀୟ ଅନ୍ତଃ ବିଶ୍ବବିଦ୍ୟାଳୟ ପୁରୁଷ ହକି ଆରମ୍ଭ: କିଟ୍‌, ସମ୍ବଲପୁର ବିଶ୍ବବିଦ୍ୟାଳୟ ବିଜୟୀ

Advertisment

ପ୍ରଥମ ମ୍ୟାଚ୍‌ରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ୫-୨ ଗୋଲ୍‌ରେ ଏମ୍‌ଏସ୍‌ ବିଶ୍ବବିଦ୍ୟାଳୟ (ତାମିଲନାଡ଼ୁ)କୁ ପରାସ୍ତ କରିଥିବା ବେଳେ ପଞ୍ଜାବ ବିଶ୍ବବିଦ୍ୟାଳୟ ୯-୪ ଗୋଲ୍‌ରେ ସାବିତ୍ରୀବାଈ ଫୁଲେ ପୁନେ ବିଶ୍ବବିଦ୍ୟାଳୟକୁ...

ପ୍ରଥମ ମ୍ୟାଚ୍‌ରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ୫-୨ ଗୋଲ୍‌ରେ ଏମ୍‌ଏସ୍‌ ବିଶ୍ବବିଦ୍ୟାଳୟ (ତାମିଲନାଡ଼ୁ)କୁ ପରାସ୍ତ କରିଥିବା ବେଳେ ପଞ୍ଜାବ ବିଶ୍ବବିଦ୍ୟାଳୟ ୯-୪ ଗୋଲ୍‌ରେ ସାବିତ୍ରୀବାଈ ଫୁଲେ ପୁନେ ବିଶ୍ବବିଦ୍ୟାଳୟକୁ...

22rkl_32_22012026_2112

ରାଉରକେଲା: ଗୁରୁବାରଠାରୁ ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ପୁରୁଷ ହକି ପ୍ରତିଯୋଗିତା ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଦିନରେ ମୋଟ ୮ଟି ମ୍ୟାଚ୍‌ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍‌ରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ୫-୨ ଗୋଲ୍‌ରେ ଏମ୍‌ଏସ୍‌ ବିଶ୍ବବିଦ୍ୟାଳୟ (ତାମିଲନାଡ଼ୁ)କୁ ପରାସ୍ତ କରିଥିବା ବେଳେ ପଞ୍ଜାବ ବିଶ୍ବବିଦ୍ୟାଳୟ ୯-୪ ଗୋଲ୍‌ରେ ସାବିତ୍ରୀବାଈ ଫୁଲେ ପୁନେ ବିଶ୍ବବିଦ୍ୟାଳୟକୁ, ଏଲ୍‌ଏନ୍‌ଆଇପିଇ (ଗ୍ବାଲିୟର) ୩-୧ ଗୋଲ୍‌ରେ କୁରୁକ୍ଷେତ୍ର ବିଶ୍ବବିଦ୍ୟାଳୟକୁ, ଜୈନ ବିଶ୍ବବିଦ୍ୟାଳୟ ୩-୨ ଗୋଲ୍‌ରେ ବୀର ବାହାଦୁର ସିଂହ ପୂର୍ବାଞ୍ଚଳ ବିଶ୍ବବିଦ୍ୟାଳୟକୁ, ମହାତ୍ମା ଗାନ୍ଧୀ କାଶୀ ବିଦ୍ୟାପୀଠ ୬-୧ ଗୋଲ୍‌ରେ ଗୁରୁକୁଳ କାଙ୍ଗ୍ରି ବିଶ୍ବବିଦ୍ୟାଳୟକୁ, କିଟ୍‌ ବିଶ୍ବବିଦ୍ୟାଳୟ ୧-୦ ଗୋଲ୍‌ରେ ବେଙ୍ଗାଲୁରୁ ସିଟି ୟୁନିଭର୍ସିଟିକୁ ଏବଂ ଲଭ୍‌ଲି ପ୍ରଫେସ୍‌ନାଲ ୟୁନିଭର୍ସିଟି ୮-୨ ଗୋଲ୍‌ରେ ରବୀନ୍ଦ୍ର ନାଥ ଟେଗୋର ବିଶ୍ବବିଦ୍ୟାଳୟକୁ ପରାସ୍ତ କରିଛି। ତେବେ ଏସ୍‌.ଆର୍‌.ଏମ୍‌.ବିଶ୍ବବିଦ୍ୟାଳୟ ଓ ବର୍କାତୁଲ୍ଲା ବିଶ୍ବବିଦ୍ୟାଳୟ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ୨-୨ ଗୋଲ୍‌ରେ ଅମୀମାଂସିତ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe