ଭୁବନେଶ୍ବର: ମୁମ୍ବାଇ ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ଚଳିତ ମାସ ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ପୁରୁଷ ରଗ୍ବି ପ୍ରତିଯୋଗିତାରେ କିଟ୍ ବିଶ୍ବବିଦ୍ୟାଳୟ କାଂସ୍ୟ ପଦକ ହାସଲ କରିଛି। ଗୁରୁବାର ଅନ୍ତିମ ଦିବସରେ କିଟ୍ ଦଳ ୩୧-୦ରେ ପଞ୍ଜାବ ବିଶ୍ବବିଦ୍ୟାଳୟ (ଚଣ୍ଡୀଗଡ଼)କୁ ପରାସ୍ତ କରି ପଦକ ଅମଳ କରିଥିଲା। ଦଳର ସଫଳତା ପାଇଁ କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି। କାଂସ୍ୟ ବିଜେତା କିଟ୍ ଦଳ: ସୁଗୁଦା ମାଝୀ, ନୁନାରାମ ହାଁସ୍ଦା, ନାଗାର୍ଜୁନ ଭୋଇ, ଯୁଗଳ କିଶୋର ମାଝୀ, ପ୍ରିୟରଞ୍ଜନ ମଲ୍ଲିକ, ନରସିଂହ ମାର୍ଣ୍ଡି, ଗଜେନ୍ଦ୍ର ବାସ୍କେ, ଜିତେନ୍ଦ୍ର ମାଝୀ, ମକରନ୍ଦ ପ୍ରଧାନ, ସେରଲ ହାଁସ୍ଦା, ସଞ୍ଜୟ କିଶନ, ରାମଚନ୍ଦ୍ର ହାଁସ୍ଦା। ମୁନା ମୁର୍ମୁ (ପ୍ରବନ୍ଧକ)।
ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ରଗ୍ବି: କିଟ୍କୁ କାଂସ୍ୟ
Advertisment
Follow Us