ସର୍ବଭାରତୀୟ ଅନ୍ତବିଶ୍ବବିଦ୍ୟାଳୟ ସାଇକ୍ଲିଂରୁ ସ୍ବସ୍ତିଙ୍କୁ ରୌପ୍ୟ

ସର୍ବଭାରତୀୟ ଅନ୍ତବିଶ୍ବବିଦ୍ୟାଳୟ ସାଇକ୍ଲିଂରୁ ସ୍ବସ୍ତିଙ୍କୁ ରୌପ୍ୟ

ଭୁବନେଶ୍ବର : ଭାରତୀୟ ବିଶ୍ବବିଦ୍ୟାଳୟ ସଂଘ (ଏଆଇୟୁ) ଏବଂ ପାତିଆଲାସ୍ଥିତ ପଞ୍ଜାବୀ ବିଶ୍ବବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ସର୍ବଭାରତୀୟ ଅନ୍ତବିଶ୍ବବିଦ୍ୟାଳୟ ସାଇକ୍ଲିଂ ଟ୍ରାକ୍‌ (ପୁରୁଷ ଓ ମହିଳା) ଚାମ୍ପିଅନ୍‌ସିପ୍‌ରେ କିଟ୍‌ ଛାତ୍ରୀ ସ୍ବସ୍ତି ସିଂହ ରୌପ୍ୟ ପଦକ ଜିତିଛନ୍ତି। ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ୪ ଦିନିଆ ପ୍ରତିଯୋଗିତା ୩୧ ତାରିଖରେ ଶେଷ ହେବ।

ତେବେ ପ୍ରଥମ ଦିବସରେ ହିଁ ସ୍ବସ୍ତି ମହିଳା ବ୍ୟକ୍ତିଗତ ପର୍ସୁଟ ୩ କିମିକୁ ୪.୧୦ ମିନିଟ୍‌ରେ ଶେଷ କରି ଦ୍ବିତୀୟ ସ୍ଥାନ ପାଇଥିଲେ। ସ୍ବସ୍ତି ଏବେ କିଟ୍‌ ବିଶ୍ବବିଦ୍ୟାଳୟରେ କ୍ରୀଡ଼ା କୋଟାରେ ପ୍ରଥମ ବର୍ଷ ବିଏ (ସାଇକୋଲୋଜି) ଛାତ୍ରୀ। ସର୍ବଭାରତୀୟ ପଦକ ଜିତିବା ପରେ ସେ କିଟ୍‌ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟପକ୍ଷରେ ଶ୍ରୀ ସାମନ୍ତ ମଧ୍ୟ ସ୍ବସ୍ତିଙ୍କୁ ତାଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe