ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ରଗ୍ବି ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଯାଇଛି। ମହିଳା ବଗର୍ରେ ଆୟୋଜିକ କିଟ୍ ଦ୍ବିମୁକୁଟ ହାତେଇଛି। କିଟ୍ ମହିଳା ଦଳ ଉଭୟ ୭-ଏ ସାଇଡ୍ ଓ ୧୫-ଏ ସାଇଡ୍ରେ ବିଜେତା ହୋଇଛି। ଏହି ଦୁଇ ବର୍ଗରେ ଯଥାକ୍ରମେ ଗୁରୁ ନାନକ ଦେବ (ଅମୃତସର) ଓ ଉତ୍କଳ ଏବଂ ପଞ୍ଜାବ (ପାତିଆଲା) ଓ ଏମ୍ଡିୟୁ (ରୋହତକ) ଦ୍ବିତୀୟ ଓ ତୃତୀୟ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ ପୁରୁଷ ୭-ଏ ସାଇଡ୍ରେ ଶିବାଜୀ, ଚଣ୍ଡିଗଡ଼ ପ୍ରଥମ ଦୁଇ ସ୍ଥାନ ଅକ୍ତିଆର କରିଥିଲା ବେଳେ କିଟ୍କଚ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି। ୧୫-ଏ ସାଇଡ୍ରେ ଚଣ୍ଡିଗଡ଼ ଓ ଶିବାଜୀ ପ୍ରଥମ ଦୁଇଟି ସ୍ଥାନ ପାଇଥିଲା ବେଳେ କିଟ୍ ତୃତୀୟ ହୋଇଛି। ରବିବାର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଟ୍ ରେଜିଷ୍ଟ୍ରାର ପ୍ରଫେସର ସସ୍ମିତା ସାମନ୍ତ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିଟ୍ କ୍ରୀଡ଼ା ନିର୍ଦେଶକ ଡ. ଗଗନେନ୍ଦୁ ଦାଶ, ରଗ୍ବି ଇଣ୍ଡିଆ ଉନ୍ନୟନ ପ୍ରବନ୍ଧକ ସନ୍ଦୀପ ମୋସାମ୍କର, ଆଞ୍ଚଳିକ ଉନ୍ନୟନ ପ୍ରବନ୍ଧକ ନନ୍ଦୁ ଚର୍ଭାରକର ଉପସ୍ଥିତ ଥିଲେ। କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ ପ୍ରଫେସର ଅଚ୍ୟୁତ ସାମନ୍ତ ସମସ୍ତ ବିଜେତା ଦଳକୁ ଅଭିନନ୍ଦନ ଜଣାଇଛନ୍ତି।
ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ରଗ୍ବି: କିଟ୍କୁ ଦ୍ବିମୁକୁଟ
Advertisment
Follow Us