ଆଜିଠୁ ସର୍ବଭାରତୀୟ ଆଇନଜୀବୀ କ୍ରିକେଟ୍‌ ପ୍ରତିଯୋଗିତା

Advertisment
ଆଜିଠୁ ସର୍ବଭାରତୀୟ ଆଇନଜୀବୀ କ୍ରିକେଟ୍‌ ପ୍ରତିଯୋଗିତା

କଟକ: ଓଡ଼ିଶା ଆଇନଜୀବୀ କ୍ରିକେଟ୍‌ ସ˚ଘ ଓ ସର୍ବଭାରତୀୟ ଆଇନଜୀବୀ କ୍ରିକେଟ୍‌ ସ˚ଘର ମିଳିତ ଆନୁକୂଲ୍ୟରେ ଶୁକ୍ରବାରଠୁ କଟକର ତିନିଟି ପଡ଼ିଆରେ ୨୪ତମ ସର୍ବଭାରତୀୟ ଆଇନଜୀବୀ କ୍ରିକେଟ୍‌ ପ୍ରତିଯୋଗିତା ଆୟୋଜିତ ହେବ। ଏହି ପ୍ରତିଯୋଗିତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଗୁରୁବାର ପ୍ରତିଯୋଗିତାର ଉଦ୍‌ଘାଟନୀ କାର୍ଯ୍ୟକ୍ରମ କଟକ କ୍ଲବ୍‌ ପରିସରରେ ହୋଇଥିଲା। ଏଥିରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌ ମୁରଲୀଧର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ର, ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ, ସର୍ବଭାରତୀୟ ଆଇନଜୀବୀ କ୍ରିକେଟ୍‌ ସ˚ଘ ସମ୍ପାଦକ ସୁନୀଲ ଗୌଡ଼, ବିଚାରପତି ଅରିନ୍ଦମ ସିହ୍ନା, ବିଚାରପତି ସାବିତ୍ରୀ ରଥ, ବିଚାରପତି ମୃଙ୍ଗାଙ୍ଗ ଶେଖର ସାହୁ ଏବଂ ବିଚାରପତି ଶଶୀକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଆରମ୍ଭରେ ବରିଷ୍ଠ ଆଇନଜୀବୀ ତଥା ଓଡ଼ିଶା ଆଇନଜୀବୀ କ୍ରିକେଟ୍‌ ସ˚ଘର ଅଧ୍ୟକ୍ଷ ସୂର୍ଯ୍ୟ ପ୍ରସାଦ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ବାରା ପ୍ରତିଯୋଗିତାର ଟ୍ରଫି ଓ ଅ˚ଶଗ୍ରହଣକାରୀ ଦଳମାନଙ୍କର ଜର୍ସି ଉନ୍ମୋଚନ କରାଯାଇଥିଲା। ୫ଦିନିଆ ପ୍ରତିଯୋଗିତାର ସମସ୍ତ ମ୍ୟାଚ୍‌ ଟ୍ବେଣ୍ଟି-୨୦ ଆଧାରରେ ଖେଳାଯିବ। ଏଥିରେ ବିଭିନ୍ନ ରାଜ୍ୟରୁ ୧୨ ଦଳ ଅ˚ଶଗ୍ରହଣ କରିଛନ୍ତି। ସମସ୍ତ ମ୍ୟାଚ୍‌ ଡ୍ରିମ୍ସ, ସନ୍‌ସାଇନ୍‌ ଓ ନିମପୁର ପଡ଼ିଆରେ ଖେଳାଯିବ। କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ଆଇନଜୀବୀ ସୌର୍ଯ୍ୟକାନ୍ତ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe