ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ: ରାଉରକେଲାକୁ ହରାଇ ଫାଇନାଲରେ ରାଂଚି, ଟ୍ରଫି ଲାଗି ରାୟପୁରକୁ କରିବ ମୁକାବିଲା

Advertisment
ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ: ରାଉରକେଲାକୁ ହରାଇ ଫାଇନାଲରେ ରାଂଚି, ଟ୍ରଫି ଲାଗି ରାୟପୁରକୁ କରିବ ମୁକାବିଲା

ବୀରମହାରାଜପୁର: ଆର.ଓ୍ଵାଇ.ସି.ସି, ରାଉରକେଲାକୁ ପରାସ୍ତ କରି ଦକ୍ଷିଣ-ପୂର୍ବ ରେଳବାଇ ରାଂଚି ୨୩ତମ ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ପୂର୍ବରୁ ଫାଇନାଲରେ ସ୍ଥାନ ପାଇଥିବା ଛତିଶଗଡ଼ର ରାୟପୁରସ୍ଥିତ ବି.ବି. ସ୍ପୋଟିଙ୍ଗକୁ ରାଚିଂ ଟିମ୍‌ ଶନିବାର ଫାଇନାଲରେ ଟ୍ରଫି ପାଇଁ ମୁକାବିଲା କରିବ।

ସୁବର୍ଣ୍ଣପୁର ଜିଲ୍ଲାର ବୀରମହରାଜପୁର ବ୍ଲକ ଲୁତୁରପଙ୍କ ଠାରେ ୭ମ ଦିନ ଶୁକ୍ରବାର ‘ପୁଲ-ବି’ର ସେମିଫାଇନାଲ ମୁକାବିଲାରେ ରାଂଚି ଟସ୍‌ ଜିଣି ପ୍ରଥମେ ଟି-୨୦ ଫର୍ମାଟରେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ ହରାଇ ୧୨୬ ରନ କରିଥିଲା। ଦଳର ସୁରଜ ଯାଦବ ସର୍ବାଧିକ ୩୫ ରନ୍‌ ଏବଂ ବିନୟ ସିଂ ୩୧ ରନ କରିଥିଲେ। ଜବାବରେ ରାଉରକେଲା ୧୫.୩ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୯୦ ରନ କରିଥିଲା। ରାଂଚିର ରବି ଯାଦବ ୩ଟି ଓ ବିନୟ ସିଂ ୨ ଓ୍ଵିକେଟ ନେଇଥିଲେ।

ଟୁର୍ଣ୍ଣାମେଣ୍ଟର ଟ୍ରଫି ପାଇଁ ଲଢ଼ାଇ: ସେପ୍ଟେମ୍ବର ୨୯ (ଶନିବାର)

publive-image

ଦକ୍ଷିଣ-ପୂର୍ବ ରେଳବାଇ, ରାଂଚି, ଝାଡ଼ଖଣ୍ଡ
ବନାମ
ବି.ବି. ସ୍ପୋଟିଙ୍ଗ, ରାୟପୁର, ଛତିଶଗଡ଼

ଟି-୧୦ ଫର୍ମାଟରେ ରାଂଚି ନିର୍ଦ୍ଧାରିତ ୧୦ ଓଭରରେ ୭ ଓ୍ଵିକେଟ ହରାଇ ୮୮ ରନ କରିଥିଲା। ଜବାବରେ ରାଉରକେଲା ମଧ୍ୟ ୭ ଓ୍ଵିକେଟ ହରାଇ ୮୮ ରନ କରିଥିଲା। ଫଳରେ ଶୁକ୍ରବାର ୨ୟ ମ୍ୟାଚ ଟାଇ ହୋଇଥିଲା।

publive-image

ମ୍ୟାଚ ପରେ ପୀତାମ୍ବର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସମାରୋହରେ ସ୍ଥାନୀୟ ସରପଂଚ ସୁଜାତା ସାହୁ ରାଂଚିର ବିନୟ ସାହୁଙ୍କୁ ‘ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌’ ପୁରସ୍କାର ଦେଇଥିଲେ। ସିଆରସିସି ପ୍ରଦୀପ ଜଗଦଲା ଓ ବିଜୁ ଯୁବ ବାହିନୀର ସ୍ଥାନୀୟ ସଭାପତି ରାଧାମାଧବ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ। ପୂର୍ବରୁ ମୁଖ୍ୟ ଅତିଥି ବିଡିଓ ଅଭିମନ୍ୟୁ ମାଝୀ ମ୍ୟାଚକୁ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe