ସର୍ବଭାରତୀୟ ମାଷ୍ଟର୍ସ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା: ତରୁଣଙ୍କୁ ସ୍ବର୍ଣ୍ଣ

Advertisment
ସର୍ବଭାରତୀୟ ମାଷ୍ଟର୍ସ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା: ତରୁଣଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ବର: ତାମିଲନାଡ଼ୁର ପୁଡ଼ୁଚେରୀଠାରେ ଆୟୋଜିତ ଦ୍ବାଦଶ ସର୍ବଭାରତୀୟ ମାଷ୍ଟର୍ସ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଓଡ଼ିଶାର ତରୁଣ କୁମାର ଚାଟାର୍ଜୀ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ ବର୍ଗରେ ଏହି ପଦକ କରାୟତ୍ତ କରିଛନ୍ତି। ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ସଂଘର ସଭାନେତ୍ରୀ ସୁମିତ୍ରା ତ୍ରିପାଠୀ ଏହି ପ୍ରତିଯୋଗିତାରେ ଅଫିସିଆଲ୍‌ ଭାବେ ଯୋଗ ଦେଇଥିଲେ। ସଫଳତା ଲାଗି ସଂଘର ସଭାନେତ୍ରୀ ସୁମିତ୍ରା, ସାଧାରଣ ସମ୍ପାଦକ ପ୍ରସନ୍ନ ମହାସୁଆର ଏବଂ ସମସ୍ତ କର୍ମକର୍ତା ତରୁଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୂଚାନାଯୋଗ୍ୟ ଯେ ଗତ ବର୍ଷ ତରୁଣ ଏଠାରେ ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ ଜିତିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe