ନିମାପଡ଼ା: ସ୍ଥାନୀୟ ବାରବାଟି ପଡ଼ିଆରେ ଚାଲିଥିବା ନବମ ସର୍ବଭାରତୀୟ ନିମାପଡ଼ା କପ୍ କ୍ରିକେଟ୍ ପ୍ରତିଯୋଗିତାରେ ମଙ୍ଗଳବାର ପ୍ରଥମ ସେମିଫାଇନାଲରେ କଟକର ୟୁନିଅନ ସ୍ପୋର୍ଟିଂକୁ ୫ ଓ୍ଵିକେଟ୍ରେ ପରାସ୍ତ କରି ଭୁବନେଶ୍ୱରର କ୍ରାଉନ୍ ସ୍ପୋର୍ଟିଂ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ୟୁନିଅନ ସ୍ପୋର୍ଟିଂ ପ୍ରଥମେ ବ୍ୟାଟିଂ କରି ୨୮ ଓଭର୍ରେ ୧୦୯ ରନ୍ କରଥିଲା। ରଶ୍ମି ରଞନ ରାଉତ ୩୪ ରନ ଏବଂ ପ୍ରସିତ ବେହେରା ୨୫ ରନ କରିଥିଲେ। କ୍ରାଉନର ସୂର୍ଯ୍ୟକାନ୍ତ ସାମଲ ୩ ଏବଂ ରଶ୍ମିରଞନ ସାହୁ ୨ ଓ୍ଵିକେଟ ନେଇଥିଲେ। କ୍ରାଉନ୍ ସ୍ପୋର୍ଟିଂ ୧୧୦ ରନ୍ର ବିଜୟ ଲକ୍ଷ୍ୟ ନେଇ ୨୦ ଓଭରରେ ୫ ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା। ଆଦିତ୍ୟ ଆର୍ଯ୍ୟ ୩୧* ଏବଂ ରାଜେଶ ସେଠୀ ୨୩ ରନ କରିଥିଲେ। ୟୁନିଅନ ସ୍ପୋର୍ଟିଂ ପକ୍ଷରୁ ଜ୍ୟୋତିରଞନ ଦଳାଇ ୩ ଏବଂ ରଜାକ ଅଲୀ ଗୋଟିଏ ଓ୍ଵିକେଟ ପାଇଥିଲେ। ସୂର୍ଯ୍ୟକାନ୍ତ ସାମଲଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଖେଳ ପରିଚାଳନା କରିଥିଲେ ଅୟସକାନ୍ତ ମିଶ୍ର ଏବଂ ସତ୍ୟେନ୍ଦ୍ର ମୋହନ ମହାନ୍ତି। ବୁଧବାର କୋଲକତାର ଦେବେନ୍ଦ୍ର ସ୍ପୋର୍ଟିଂ ଏବଂ ଭୁବନେଶ୍ୱରର ସହିଦ ସ୍ପୋର୍ଟିଂ ମଧ୍ୟରେ ଖେଳ ହେବ। ସୋମବାର ଅନ୍ୟତମ ଭୁବନେଶ୍ୱର ଦଳ ରାମେଶ୍ୱର ସ୍ପୋର୍ଟିଂକୁ ୪ ରନ୍ରେ ହରାଇ କ୍ରାଉନ୍ ସେମିଫାଇନାଲ୍କୁ ଉନ୍ନୀତ ହୋଇଥିଲା।
ସର୍ବଭାରତୀୟ ନିମାପଡ଼ା କପ୍ ଫାଇନାଲ୍ରେ କ୍ରାଉନ୍
Advertisment
Follow Us