ସର୍ବଭାରତୀୟ ଓପନ କରାଟେରେ ଓଡ଼ିଆଙ୍କୁ ୧୫ ପଦକ

Advertisment
ସର୍ବଭାରତୀୟ ଓପନ କରାଟେରେ ଓଡ଼ିଆଙ୍କୁ ୧୫ ପଦକ

ଭୁବ‌େନଶ୍ବର : ଗୋଆରେ ଚଳିତ ମାସ ୬ ଓ ୭ ତାରିଖ ଦୁଇ ଦିନ ଧରି ଆୟୋଜିତ ହୋଇଥିବା ସର୍ବଭାରତୀୟ ଓପନ୍ କରାଟେରେ ଓଡ଼ିଶା ଖେଳାଳିଙ୍କୁ ୧୫ ପଦକ ମିଳିଛି। ସେଥିମଧ୍ୟରେ ରହିଛି ୫ ସ୍ବର୍ଣ୍ଣ, ୪ ‌େରୗପ୍ୟ ଓ ୬ କାଂସ୍ୟ ପଦକ। ଏହି ପ୍ରତିଯୋଗିତାରେ ୧୯ ଜଣିଆ ଓଡ଼ିଶା ଦଳ ଅଂଶଗ୍ରହଣ କରିଥିଲା। ରାଜ୍ୟ ପାଇଁ ପଦକ ଜିତିଥିବା ଖେଳାଳିମାନେ ହେଲେ ପୂର୍ଣ୍ଣ ଚନ୍ଦ୍ର ମହାରଣା, ନୃସିଂହ ରାଉତ, ହିମାଂଶୁ ‌େଶଖର ସାହୁ, ମନଜିତ ସିଂହ, କିଷନ ସିଂହ, ବିଜୟ କୁମାର ସେଠୀ, ସୁବ୍ରତ କୁମାର ସାହୁ, ବିଜୟ କୁମାର ସେଠୀ, ସୋମେଶ କୁମାର ବିନ୍ଧାଣୀ, ସୂର୍ଯ୍ୟମଣୀ ବିନ୍ଧାଣୀ, ଆଶିଷ ଅଭିଷେକ ସାହୁ, ଯଶବୀର ସିଂହ, ଆଶାଲତା ମୁଣ୍ଡା, ରାଣୀ ତିରିଆ, ହେମଲତା ମାଝୀ। ପ୍ରକାଶ ବେହେରା ପ୍ରଶିକ୍ଷକ ଏବଂ ଜିତେନ୍ଦ୍ର କୁମାର ରାଉତ ଦଳର ପ୍ରବନ୍ଧକ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe