ସର୍ବଭାରତୀୟ ଡାକ ଚେସ୍‌: ଉତ୍କଳ ବିଜେତା

Advertisment
ସର୍ବଭାରତୀୟ ଡାକ ଚେସ୍‌: ଉତ୍କଳ ବିଜେତା

ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟ ଅନ୍ତର୍ଜାତୀୟ ଚେସ୍‌ ହଲ୍‌ରେ ଚାଲିଥିବା ୩୫ତମ ସର୍ବଭାରତୀୟ ଡାକ ଚେସ୍ ପ୍ରତିଯୋଗିତାର ବ୍ୟକ୍ତିଗତ ବର୍ଗରେ ଓଡ଼ିଶା ଡାକ ସର୍କଲକୁ ଦ୍ବିମୁକୁଟ ମିଳିଛି। ଦଳଗତ ଏବଂ ବ୍ୟକ୍ତିଗତ ବର୍ଗରେ ଓଡ଼ିଶା ଟ୍ରଫି ବିଜେତା ହୋଇଛି। ପୂର୍ବରୁ ଦଳଗତ ବର୍ଗରେ ବିଜେତା ହୋଇସାରିଥିବା ଓଡ଼ିଶା ପାଇଁ ଶନିବାର ବ୍ୟକ୍ତିଗତ ବର୍ଗରେ ଉତ୍କଳ ରଂଜନ ସାହୁ ବିଜେତା ହୋଇଥିଲେ। ସପ୍ତମ ରାଉଣ୍ଡରେ ଉତ୍କଳ ରାଜସ୍ଥାନର ଦୀପକ କଟିଆରଙ୍କୁ ହରାଇ ଏକାକି ଶୀର୍ଷରେ ରହିଥିଲେ। ୭ ରାଉଣ୍ଡରୁ ସେ ଅପରାଜିତ ରହି ୬.୫ ପଏଣ୍ଟ୍ ପାଇଥିଲେ। ପୂର୍ବରୁ ଉତ୍କଳଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ମଧ୍ୟ ଓଡ଼ିଶା ଦଳଗତ ବିଜେତା ହୋଇଥିଲା। ଉତ୍କଳଙ୍କ ସହ ସୌମ୍ୟରଂଜନ ମିଶ୍ର, ମନୋଜ କୁମାର ପାଣିଗ୍ରାହୀ, ସାରଦା ପ୍ରସନ୍ନ ନାୟକ ପ୍ରତିନିଧିତ୍ବ କରି ତୃତୀୟ ଥର ପାଇଁ ଓଡ଼ିଶା ଲାଗି ଏହି ଗୌରବ ଆଣିଥିଲେ। ମନୋଜ କୁମାର ପାଣିଗ୍ରାହୀ ମଧ୍ୟ ବୋର୍ଡ-୪ର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଥିଲେ। ରାଜ୍ୟର ୩ ପ୍ରତିଷ୍ଠିତ ଆର୍ବିଟର୍‌ ନିହାର ରଂଜନ ସାସମଲ, ତାପସ କୁମାର ମହାନ୍ତି ଏବଂ ଜ୍ୟୋତିଶଙ୍କର ନନ୍ଦ ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।

ଶନିବାର ଉଦ୍‌ଯାପନୀ ଉତ୍ସବରେ ଡାକ ସେବା ବୋର୍ଡର ସଦସ୍ୟ ଡଃ ସନ୍ତୋଷ କୁମାର କମିଳା, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି ପ୍ରଫେସର ଡଃ ସବିତା ଆଚାର୍ଯ୍ୟ, ଆଇଏମ୍‌ ସ୍ୱୟଂଶୁ ସତ୍ୟପ୍ରଜ୍ଞ, ଓଡ଼ିଶା ପରିମଣ୍ଡଳର ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ କର୍ଣ୍ଣେଲ ଜଳେଶ୍ବର କହଁର, ଡାକ ନିର୍ଦ୍ଦେଶକ ଆଦିତ୍ୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ୧୭ ଡାକ ପରିମଣ୍ଡଳରୁ ୭୯ ଜଣ ଖେଳାଳି ଭାଗ ନେଇଥିଲେ। ଅଜୟ ନାୟକ ଓଡ଼ିଶା ଦଳର ପ୍ରବନ୍ଧକ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe