ସର୍ବଭାରତୀୟ ମିଶ୍ରିତ ସାମରିକ କଳା: ସତ୍ୟବ୍ରତ, ପ୍ରିୟଦର୍ଶିନୀ ଫାଇନାଲ୍‌ରେ

Advertisment
ସର୍ବଭାରତୀୟ ମିଶ୍ରିତ ସାମରିକ କଳା: ସତ୍ୟବ୍ରତ, ପ୍ରିୟଦର୍ଶିନୀ ଫାଇନାଲ୍‌ରେ

????????????????????????????????????

ଭୁବନେଶ୍ୱର: ଉତ୍କଳ କରାଟେ ସ୍କୁଲ୍‌ ପରିସରରେ ଚାଲିଥିବା ତୃତୀୟ ସର୍ବଭାରତୀୟ ମିଶ୍ରିତ ସାମରିକ କଳା କ୍ରୀଡ଼ା (ଏଆଇଏମ୍‌ଏମ୍‌ଏ)ରେ ଓଡ଼ିଆଙ୍କ କମାଲ୍‌ ଦେଖିବାକୁ ମିଳିଛି। ଦୁଇ ଦୁଇ ଜଣ ଓଡ଼ିଆ ପିଲା ଫାଇନାଲ୍‌ରେ ପ୍ରବେଶ କରି ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି। ସେମାନେ ହେଲେ ସତ୍ୟବ୍ରତ ବେହୁରିଆ ଏବଂ ପ୍ରିୟଦର୍ଶିନୀ ଘଟୁଆରି। ମୋଟ ୮ ବର୍ଗରେ ଖେଳାଯାଉଥିବା ଏହି ଜାତୀୟ ପ୍ରତିଯୋଗିତାର ତୃତୀୟ ସଂସ୍କରଣର ଫାଇନାଲ୍‌ ବାଉଟ୍‌ଗୁଡ଼ିକ ରବିବାର ସଂଧ୍ୟାରେ ଖେଳାଯିବ। ଓଡ଼ିଆ ଯୋଦ୍ଧା ସତ୍ୟବ୍ରତ ବେହୁରିଆ ୫୬.୭ କିଲୋଗ୍ରାମ ଫ୍ଳାଏେଓ୍ଵଟ୍‌ର ଫାଇନାଲରେ ପହଞ୍ଚିଥିବାବେଳେ ଏହି ବର୍ଗର ମହିଳାରେ ପ୍ରିୟଦର୍ଶିନୀ ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି। ଫାଇନାଲ୍‌ରେ ପ୍ରିୟଦର୍ଶିନୀ ଦିଲ୍ଲୀର ତନୁ ଝାଙ୍କୁ ଭେଟିବେ। ସେହିଭଳି ସତ୍ୟବ୍ରତ ଫାଇନାଲ୍‌ରେ ଛତିଶଗଡ଼ର ରଜତ କପୁରଙ୍କୁ ଭେଟିବେ। ଆଉ ପାଦେ ବଢ଼ିଥିବାରୁ ଖୁସୀ ହୋଇଛନ୍ତି କେନ୍ଦ୍ରାପଡ଼ା ଓଳାବର ନିକଟସ୍ଥ ସିଓପଡ଼ାର ୨୨ ବର୍ଷୀୟ ସତ୍ୟବ୍ରତ। ବାଙ୍ଗାଲୋର୍‌ର ଇଣ୍ଡିଆନ୍‌ କମ୍ପାଟ ସ୍ପୋର୍ଟସରେ ମୁଁ ୩ ସପ୍ତାହର ପ୍ରସ୍ତୁତି କରି ଆସିଛି। ପ୍ରଥମ ଥର ଓଡ଼ିଶାର ପ୍ରତିନିଧିତ୍ୱ କରୁଥିବାରୁ ବହୁତ ଖୁସୀ ବୋଲି କହିଥିଲେ ସତ୍ୟବ୍ରତ।

publive-image ????????????????????????????????????

ଅନ୍ୟ ପକ୍ଷରେ ୬୧ କିଲୋଗ୍ରାମରେ ଛତିଶଗଡ଼ର ଅରଜିତ ଅହମ୍ମଦଙ୍କ ସହିତ ଦିଲ୍ଲୀର ମଳୟ ଯୋଶୀ, ୬୬ କିଲୋଗ୍ରାମରେ କର୍ଣ୍ଣାଟକର ପି ୟେଶଙ୍କ ସହିତ ଦିଲ୍ଲୀ ପୁଷ୍କର ସିଂହ, ୭୦ କିଲୋଗ୍ରାମରେ କର୍ଣ୍ଣାଟକର କଲ୍ୟାଣ ସିପି ଏବଂ ଦିଲ୍ଲୀର ଶ୍ରୀକୁମାର, ୭୭ କିଲୋଗ୍ରାମରେ କର୍ଣ୍ଣାଟକର ଏମ୍‌ପି ରାଜୀବ ଏବଂ ଛତିଶଗଡ଼ର ମୋରିସ୍‌ କୁମାର, ୯୩ କିଲୋଗ୍ରାମରେ ତେଲେଙ୍ଗାନାର ସାୟଦ ଅମିତ୍‌ ଏବଂ ବିହାର ଅମନ କୁମାରଙ୍କ ମଧ୍ୟରେ ଫାଇନାଲ୍‌ ଖେଳାଯିବ। ଏମାନେ ଶନିବାର ନିଜ ନିଜ ସେମିଫାଇନାଲ୍‌ ବାଉଟ୍‌ ଜିତି ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି। ରବିବାର ଫାଇନାଲ୍‌ ମ୍ୟାଚଗୁଡ଼ିକ ସହିତ ଏହି ପ୍ରତିଯୋଗିତା ଉଦଯାପିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe