ସଦସ୍ୟତାକୁ ନେଇ ମୁଁ ଏବେ କୌଣସି ନିର୍ଦ୍ଧିଷ୍ଟ ଉତ୍ତର ରଖି ପାରିବି ନାହିଁ। ଆମ ନିକଟକୁ ଆସୁଥିବା ପ୍ରସ୍ତାବକୁ ଆମେ ବିସିସିଆଇ ଦାୟିତ୍ବରେ ଥିବା ପ୍ରଶାସନିକ ସମିତି (ସିଓଏ) ଏବଂ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ)ଙ୍କ ନିକଟକୁ ପଠାଇ ଦେବୁ। ସେମାନେ ବି ଏହାକୁ ଉଚ୍ଚତମ ନ୍ୟାୟାଳୟର ଦୃଷ୍ଟି ଆକର୍ଷଣ କରିବେ। ଚୂଡାନ୍ତ ନିଷ୍ପତ୍ତି ଉଚ୍ଚତମ ନ୍ୟାୟାଳୟ ନେବେ ବୋଲି କହିଛନ୍ତି ଓସିଏ କାର୍ଯ୍ୟକାରୀ ଅଧ୍ୟକ୍ଷ ଧୀରେନ ପଲ୍ଲାଇ। ଆମେ ଉଚ୍ଚତମ ନ୍ୟାୟାଳୟଙ୍କ ଆଦେଶ ମାନିବାକୁ ବାଧ୍ୟ। ଓସିଏର ସାଧାରଣ ପରିଷଦ ଭାଙ୍ଗି ସାରି ଥିବାରୁ ଏବେ ସ୍ବତନ୍ତ୍ର ବୈଠକ ଡ଼ାକିବାର ପ୍ରଶ୍ନ ଉଠୁନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଥିଲେ। ମୋ ବ୍ୟକ୍ତିଗତ ମତ ରଖିଲେ ମୁଁ ଏତିକି କହିପାରିବି ଯେଉଁ କ୍ଲବ୍ ଓ ଅନୁଷ୍ଠାନ ଗୁଡ଼ିକ ଅନ୍ତଃଜିଲ୍ଲା ପ୍ରତିଯୋଗିତାରେ ସବୁବର୍ଗରେ ଖେଳୁଥିବେ ସେମାନେ ସଦସ୍ୟତା ପାଇବାର ହକ୍ଦାର ହେବେ। କିଟ୍ ଏବଂ ପାରାଦୀପ ଏଭଳି ଭାବେ ଖେଳି ସଦସ୍ୟତା ପାଇଛନ୍ତି। ଭବିଷ୍ୟତରେ ଏଭଳି ଆବେଦନ ଅାସିଲେ ଏହା ନିଶ୍ଚିତ ଓସିଏ ସାଧାରଣ ପରିଷଦ ବୈଠକରେ ବିଚାରାଧୀନ ହେବ। ଏହା ବ୍ୟତୀତ ଭାରତୀୟ ଦଳରୁ ଖେଳୁଥିବା ପୁରୁଷ ଓ ମହିଳା ଖେଳାଳି ବି ସଦସ୍ୟ ରହିପାରିବେ ବୋଲି ଶ୍ରୀ ପଲ୍ଲାଇ କହିଥିଲେ।
ସବୁ ବର୍ଗ ଅନ୍ତଃଜିଲ୍ଲାରେ ଖେଳୁଥିଲେ ସଦସ୍ୟତା ମିଳିପାରେ: ପଲ୍ଲାଇ
Advertisment
Follow Us