ଚେନ୍ନାଇ: ସେପ୍ଟେମ୍ବର ୧୯ ରୁ ଟିମ୍ ଇଣ୍ଡିଆ ବାଂଲାଦେଶ ବିପକ୍ଷରେ ୨ ଟିକିଆ ଟେଷ୍ଟ ସିରିଜ ଖେଳିବାକୁ ପ୍ରସ୍ତୁତ ହେଉଛି। ଗତ କିଛି ଦିନ ହେବ ଚେନ୍ନାଇରେ ଟିମ୍ ଇଣ୍ଡିଆା ଖେଳାଳିମାନେ ପ୍ରସ୍ତୁତି କରୁଛନ୍ତି। ଚେନ୍ନାଇରେ ପ୍ରଥମ ମ୍ୟାଚ୍ ଖେଳାଯିବ। ତେବେ ସିରିଜ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଚେନ୍ନାଇରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ଦଳର ଭବିଷ୍ୟତ ବିଷୟରେ କହିଥିଲେ। ଏଥି ସହିତ ହିଟମ୍ୟାନ୍ ସବୁ କ୍ରିକେଟ ଖେଳୁଥିବା ଦେଶକୁ ଟିମ୍ ଇଣ୍ଡିଆର ଶତ୍ରୁ ବୋଲି କହିଛନ୍ତି।
ବାଂଲାଦେଶ ସିରିଜ୍ ପୂର୍ବରୁ ରୋହିତ ଶର୍ମା ମଧ୍ୟ ତାଙ୍କ ରଣନୀତି ବିଷୟରେ ଖୋଲାଖୋଲି ଭାବେ କଥା ହୋଇଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ରୋହିତ ଏକ ବଡ଼ ବିବୃତି ଦେଇଛନ୍ତି। ତାଙ୍କ ସମ୍ମିଳନୀରେ ହିଟମ୍ୟାନ କହିଛନ୍ତି, 'ଆଜି କ୍ରିକେଟ ଖେଳୁଥିବା ସବୁ ଦେଶ ଭାରତୀୟ ଦଳକୁ ପରାସ୍ତ କରିବାକୁ ଚାହୁଁଛନ୍ତି। ପ୍ରତ୍ୟେକ ଦଳ ଭାରତକୁ ପରାସ୍ତ କରି ଆନନ୍ଦ ନେବାକୁ ଚାହୁଁଛନ୍ତି।
🗣️🗣️ Every game becomes important because of what is at stake.#TeamIndia Captain @ImRo45 ahead of the #INDvBAN Test series opener 👌👌@IDFCFIRSTBankpic.twitter.com/TkcGCDZuYT
— BCCI (@BCCI) September 17, 2024
ସେମାନଙ୍କୁ ତାଙ୍କର ଚିନ୍ତା କରିବାକୁ ଦିଆଯାଉ। କିନ୍ତୁ ଆମକୁ ଆମର କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ପଡିବ। ଆମକୁ ମ୍ୟାଚ୍ ଜିତିବାକୁ ପଡିବ। ଆମର ବିପକ୍ଷ ଦଳ ଆମ ବିଷୟରେ କ’ଣ ଚିନ୍ତା କରୁଛନ୍ତି ଆମେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ସେମାନଙ୍କର ଚିନ୍ତା କ’ଣ? ଯେତେବେଳେ ଇଂଲଣ୍ଡ ମଧ୍ୟ ଭାରତ ଆସିଥିଲା, ସେତେବେଳେ ସେମାନେ ତାଙ୍କ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ଆମ ବିଷୟରେ କହିଥିଲେ। କିନ୍ତୁ ଆମେ ତାଙ୍କ କଥା ପ୍ରତି ଧ୍ୟାନ ଦେଇ ନ ଥିଲୁ।
Intensity 🔛 point 😎🏃♂️
— BCCI (@BCCI) September 16, 2024
Fielding Coach T Dilip sums up #TeamIndia's competitive fielding drill 👌👌 - By @RajalArora#INDvBAN | @IDFCFIRSTBankpic.twitter.com/eKZEzDhj9A
ରୋହିତଙ୍କ ବିବୃତିରୁ ଏହା ସ୍ପଷ୍ଟ ହୋଇଛି ଯେ ସମସ୍ତ ଦେଶ ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି।
ବରିଷ୍ଠ ଖେଳାଳିଙ୍କ ବ୍ୟତୀତ ଯୁବ ଖେଳାଳିଙ୍କୁ ବାଂଲାଦେଶ ବିପକ୍ଷରେ ସ୍ଥାନ ଦିଆଯାଇଛି। ସରଫରାଜ ଖାନ, ଧ୍ରୁଭ ଜୁରେଲ ଏବଂ ଯଶାସଭି ଜୟସ୍ବାଲଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି। ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଏହି ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଥିଲେ।
Preps in full swing here in Chennai! 🙌
— BCCI (@BCCI) September 14, 2024
Inching closer to the #INDvBAN Test opener ⏳#TeamIndia | @IDFCFIRSTBankpic.twitter.com/F9Dcq0AyHi
ଅଧିକ ପଢ଼ନ୍ତୁ:ଟିମ୍ ଇଣ୍ଡିଆ ପଞ୍ଚମ ଥର ପାଇଁ ଟାଇଟଲ ଜିତିଲା: ଚୀନ୍ ୧-୦ ଗୋଲ୍ରେ ପରାସ୍ତ
ଏଭଳି ପରିସ୍ଥିତିରେ ରୋହିତ ଏହି ଖେଳାଳିମାନଙ୍କୁ ସାମ୍ବାଦିକ ସମ୍ମିଳନୀରେ ବହୁତ ପ୍ରଶଂସା କରିଥିଲେ। ରୋହିତ କହିଛନ୍ତି ଏହି ଖେଳାଳିମାନେ ଭାରତ ପାଇଁ ରନ୍ ସ୍କୋର କରିବାର ଆଶା ରହିଛି। ତେବେ, ଏହି ଖେଳାଳିମାନେ ବାଂଲାଦେଶ ବିପକ୍ଷରେ ଖେଳିବାର ସୁଯୋଗ ପାଇବେ କି ନାହିଁ ତାହା ସମୟ ସ୍ଥିର କରିବ।
ଅଧିକ ପଢ଼ନ୍ତୁ:ଚାର୍ଜର ଯୋଗୁ ଫୋନ୍ ବିସ୍ଫୋରଣ! ବିଆଇଏସ କେୟାର ଆପ୍ କରିବ ସଚେତନ,କରନ୍ତୁ ଇନଷ୍ଟଲ୍