ନିଖିଳ ଓଡ଼ିଶା ଅନ୍ତଃକ୍ଲବ୍‌ ସନ୍ତରଣ: କଳିଙ୍ଗ ଆକ୍ବାଟିକ୍‌ ଶ୍ରେଷ୍ଠ

Advertisment
ନିଖିଳ ଓଡ଼ିଶା ଅନ୍ତଃକ୍ଲବ୍‌ ସନ୍ତରଣ: କଳିଙ୍ଗ ଆକ୍ବାଟିକ୍‌ ଶ୍ରେଷ୍ଠ

ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ତୃତୀୟ ନିଖିଳ ଓଡ଼ିଶା ଅନ୍ତଃକ୍ଲବ୍ ସନ୍ତରଣ ପ୍ରତିଯୋଗିତା ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଦିନିକିଆ ପ୍ରତିଯୋଗିତାରେ ସର୍ବାଧିକ ପଏଣ୍ଟ୍‌ ହାସଲ କରି କଳିଙ୍ଗ ଆକ୍ବାଟିକ କ୍ଲବ୍‌ (୫୪୬) ଶୀର୍ଷରେ ରହିଥିଲା ବେଳେ କିଟ୍‌ ଓ କିସ୍‌ (୨୨୨) ଏବଂ ହିରାଖଣ୍ଡ ଅାକ୍ବାଟିକ୍‌ କ୍ଲବ୍‌ (୧୬୦) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ପାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର (୧୪୮), ବୌଦ୍ଧ (୯୩) ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନ ପାଇଥିଲେ। ଏହି ପ୍ରତିଯୋଗିତାରେ ୮ ଓ ୯ ବର୍ଷ, ୧୦ ଓ ୧୧ ବର୍ଷ, ୧୨ରୁ ୧୪ ବର୍ଷ, ୧୫ରୁ ୧୭ ବର୍ଷ ତଥା ୧୮ ବର୍ଷ ଓ ଅଧିକ (ବରିଷ୍ଠ) ଆଦି ୫ଟି ବୟସ ବର୍ଗରେ ଉଭୟ ପୁରୁଷ ଓ ମହିଳା ବିଭାଗରେ ମୋଟ ୧୮୦ ଖେଳାଳି ପ୍ରତିଦ୍ବନ୍ଦ୍ବିତା କରିଥିଲେ।

ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ତଥା ଓଡ଼ିଶା ରାଜ୍ୟ ସନ୍ତରଣ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାକୁ ଅଲମ୍ପିଆନ ଅନୁରାଧା ବିଶ୍ବାଳ ଉଦ୍‌ଘାଟନ କରିଥିଲେ। ସଂଘର କାର୍ଯ୍ୟକାରୀ ସଭାପତି ସୋମା ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ସାଧାରଣ ସଂପାଦିକା ଗୋଲାପମଣୀ ମହନ୍ତ ଏବଂ କୋଷାଧ୍ୟକ୍ଷ ବିଜୟ ଦୀକ୍ଷିତ ଉପସ୍ଥିତ ଥିଲେ। ଉଦ୍‌ଯାପନୀ ଉତ୍ସବରେ ଡ. ସୁଦୀପ ଶତପଥୀ ଏବଂ ଧୀ‌ରେନ୍ଦ୍ର ଖଣ୍ଡେଲୱାଲ ଯଥାକ୍ରମେ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe