ପୋଡିୟମ୍‌ ଫିନିସ୍‌ ପାଇଁ ସବୁ ଖେଳାଳି ବ୍ୟଗ୍ର: ହାର୍ଦିକ

ପୋଡିୟମ୍‌ ଫିନିସ୍‌ ପାଇଁ ସବୁ ଖେଳାଳି ବ୍ୟଗ୍ର: ହାର୍ଦିକ

ବେଙ୍ଗାଲୁରୁ : ଟୋକିଓ ଅଲିମ୍ପିକ୍ସ ପରେ ଭାରତୀୟ ହକିରେ ଅନେକ ପରିବର୍ତ୍ତନ ଆସିଛି। ଖେଳାଳିମାନଙ୍କଠୁ ସମସ୍ତେ ଅଧିକ କିଛି ଆଶା ରଖୁଛନ୍ତି। ଆଗକୁ ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ ଏବଂ ଏଫ୍‌ଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ବକପ୍‌ ଖେଳାଯିବାକୁ ରହିଛି। ତେଣୁ ଏହି ପ୍ରତିଯୋଗିତାଗୁଡ଼ିକରେ ଭଲ ପ୍ରଦର୍ଶନ ପାଇଁ ସମସ୍ତ ଖେଳାଳି ଅଭ୍ୟାସ ଶିବିରରେ କଠିନ ପରିଶ୍ରମ କରୁଥିବା ଭାରତୀୟ ଦଳର ମିଡ୍‌ଫିଲଡର ଖେଳାଳି ହାର୍ଦିକ ସିଂହ ଏକ ସାକ୍ଷାତକାରରେ କହିଛନ୍ତି।

ନିଜର ଦ୍ବିତୀୟ ବିଶ୍ବକପ୍‌ ଖେଳିବାକୁ ଯାଉଥିବା ହାର୍ଦିକଙ୍କ ଅନୁଯାୟୀ, କଠିନ ପରିଶ୍ରମର କୌଶସି ବିକଳ୍ପ ନାହିଁ। କୌଣସି ପ୍ରତିଯୋଗିତାର ଫାଇନାଲ୍‌କୁ ଯିବା ପାଇଁ ଆମେ ସମର୍ଥ। ତେଣୁ ସଫଳତା ପାଇବା ପାଇଁ ପ୍ରତ୍ୟେକ ଖେଳାଳି ବ୍ୟଗ୍ର ଥିବା ବେଳେ ଆମେ ପୋଡିୟମ ଫିନିସ କରିବାକୁ ପ୍ରୟାସ କରିବୁ ବୋଲି ସେ କହିଛନ୍ତି। ତଥାପି ଭୁବନେଶ୍ବର-ରାଉରକେଲାରେ ଖେଳାଯିବାକୁ ଥିବା ବିଶ୍ବକପ୍‌ ଏତେ ସହଜ ହେବ ନାହିଁ ବୋଲି ସେ କହିଛନ୍ତି। ତାଙ୍କ ମତରେ, ‌ପ୍ରତିଦ୍ବନ୍ଦ୍ବୀ କିଏ ଅଛନ୍ତି ତାହା କୌଣସି ଅର୍ଥ ରଖୁନାହିଁ। ବରଂ ପ୍ରତ୍ୟେକ ମ୍ୟାଚ୍‌କୁ ଫାଇନାଲ୍‌ ଭଳି ଖେଳିବାକୁ ହେବ। ତେଣୁ ସବୁ ମ୍ୟାଚ୍‌ରେ ଶାରୀରିକ ଭାବେ ସୁସ୍ଥ ରହିବା ପାଇଁ ଫିଟ୍‌ନେସ୍‌ ଉପରେ ଅଧିକ ଧ୍ୟାନ ଦିଆଯାଉଥିବା ହାର୍ଦିକ୍‌ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe