ସର୍ବଭାରତୀୟ ବ୍ୟାଡ୍‌ମିଣ୍ଟନ୍‌: ଗୀତାଶ୍ରୀ ଓ ବିଶାଖା ଆଗେଇଲେ

Advertisment
ସର୍ବଭାରତୀୟ ବ୍ୟାଡ୍‌ମିଣ୍ଟନ୍‌: ଗୀତାଶ୍ରୀ ଓ ବିଶାଖା ଆଗେଇଲେ

ଭୁବନେଶ୍ୱର: କିଟ୍‌ ବିଶ୍ବବିଦ୍ୟାଳୟ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ୍‌ଠାରେ ଚାଲିଥିବା ସର୍ବଭାରତୀୟ ଜୁନିୟର (୧୯ ବର୍ଷରୁ କମ୍‌) ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ମୁଖ୍ୟ ଡ୍ର’ ରବିବାରଠାରୁ ଆରମ୍ଭ ହୋଇଛି। ସିଡେଡ୍ ଖେଳାଳିମାନେ ବିଜୟ ଅଭିଯାନ ଜାରି ରଖି ପରବର୍ତ୍ତୀ ରାଉଣ୍ଡରେ ପ୍ରବଶେ କରିଥିବା ବେଳେ ଓଡ଼ିଶା ଖେଳାଳିଙ୍କ ମଧ୍ୟରୁ ଗୀତାଶ୍ରୀ ଦେ ଓ ବିଶାଖା ଟୋପ୍ପୋ ମିଶ୍ରିତ ଯୁଗଳରେ ଆଗକୁ ବଢ଼ିଛନ୍ତି। ଅନ୍ୟ ସମସ୍ତ ଓଡ଼ିଆ ଖେଳାଳି ପ୍ରଥମ ରାଉଣ୍ଡରେ ହାରିଯାଇଛନ୍ତି। ବାଳକ ଏକକରେ ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ଖେଳାଳି ଛତିଶଗଡ଼ର ରୋନକ ଚୌହାନ ୨୧-୧୩, ୨୧-୧୭ରେ କର୍ଣ୍ଣାଟକର ଦ୍ୟାନ ସନ୍ତୋଷଙ୍କୁ, ବାଳିକା ଏକକରେ ଆନ୍ଧ୍ରପ୍ରଦେଶର ସୂର୍ଯ୍ୟା ଚାରିସ୍ମା ୨୧-୧୬, ୨୧-୧୪ରେ କର୍ଣ୍ଣାଟକର ଲକ୍ଷା ରାଜେଶଙ୍କୁ ପରାସ୍ତ କରିଛନ୍ତି।

ବାଳକ ଯୁଗଳରେ ତାମିଲନାଡୁ ଯୋଡ଼ୁ ବିନାୟକ ରାମ ଓ ସ୍ୱସ୍ତିକ ୨୧-୯, ୨୧-୧୫ରେ ଛତିଶଗଡ଼ ଯୋଡ଼ି ପ୍ରକାଶ ଶ୍ରୀବାସ୍ତବ ଓ ରୁଦ୍ର ଠାକୁରଙ୍କୁ ହରାଇଛନ୍ତି। ‌ସେହିଭଳି ବାଳିକା ଯୁଗଳରେ ଉତ୍ତରାଖଣ୍ଡର ଗାୟତ୍ରୀ ଓ ମନସl ରାୱତ ଦିଲ୍ଲୀର ନୈନା ଚୌହାନ ଓ ଏଞ୍ଜେଲିନାଙ୍କୁ ୨୧-୮, ୨୧-୧୨ରେ ଏବଂ ମିଶ୍ରିତ ଯୁଗଳରେ ଆନ୍ଧ୍ରପ୍ରଦେଶ ତେଲେଙ୍ଗାନା ଯୋଡ଼ି ଭାର୍ଗବ ଓ ଭେନଲା. କେ ସଂଘର୍ଷ ପୂର୍ଣ୍ଣ ତିନିଟି ସେଟ୍‌ ୧୦-୨୧, ୨୧-୧୭, ୨୧-୧୪ରେ ତାମିଲନାଡୁର ଅରୁଥ୍ରା କାନଗଏ ଓ ହାସିନୀ. ଏସ୍‌ ଯୋଡିଙ୍କୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିଛନ୍ତି। ଏହି ସର୍ବଭାରତୀୟ ପ୍ରତିଯୋଗିତାରୁ ଚୀନ୍‌ରେ ହେବାକୁ ଥିବା ବିଶ୍ୱ କନିଷ୍ଠ ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତାର ଟ୍ରାଏଲ ପାଇଁ ଖେଳାଳି ଚୟନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe