ଜୁଲାଇ ୧୩ ପର୍ଯ୍ୟନ୍ତ ସମସ୍ତ ଟେନିସ ପ୍ରତିଯୋଗିତା ବାତିଲ

ଜୁଲାଇ ୧୩ ପର୍ଯ୍ୟନ୍ତ ସମସ୍ତ ଟେନିସ ପ୍ରତିଯୋଗିତା ବାତିଲ

ଲଣ୍ଡନ: କରୋନା ସଂକ୍ରମଣକୁ ନଜରରେ ରଖି ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ଉଭୟ ପୁରୁଷ ଓ ମହିଳା ବର୍ଗର ଟେନିସ ପ୍ରତିଯୋଗିତାଗୁଡ଼ିକୁ ବାତିଲ କରାଯାଇଛି। ଏଟିପିର ହର୍ଟୋଗେନ୍‌ବସ୍କ, ଷ୍ଟଟଗାର୍ଟ, ଲଣ୍ଡନ କ୍ବିନ୍ସ, ହାଲେ, ମାଲୋର୍କା, ଇଷ୍ଟବର୍ଣ୍ଣ ଏବଂ ଡବ୍ଲୁଟିଏର ହର୍ଟୋଗେନ୍‌ବସ୍କ, ନଟିଂହାମ୍, ବର୍ମିଂହାମ୍‌, ବର୍ଲିନ, ଇଷ୍ଟବର୍ଣ୍ଣ, ବ୍ୟାଡ ହମବର୍ଗରେ ଖେଳାଯିବାକୁଥିବା ପ୍ରତିଯୋଗିତାଗୁଡ଼ିକ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଏପରିକି ୱିମ୍ବଲଡନ୍‌ ଗ୍ରାଣ୍ଡ ସ୍ଲାମ୍‌କୁ ମଧ୍ୟ ବାତିଲ କରାଯାଇଥିବା ଏଟିପି ଓ ଡବ୍ଲୁଟିଏ ପକ୍ଷରୁ ଜାରି ହୋଇଥିବା ମିଳିତ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ୱିମ୍ବଲଡନ୍‌ର ୨୦୨୦ ସଂସ୍କରଣ ଜୁନ୍‌ ୨୯ରୁ ଜୁଲାଇ ୧୧ ମଧ୍ୟରେ ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି। ଓବ୍ଲୁଟିଏ ଅଧ୍ୟକ୍ଷ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଷ୍ଟିଭ୍‌ ସିମନ ବର୍ତ୍ତମାନର ପରିସ୍ଥିତିକୁ ହାଲ୍‌କା ଭାବେ ନନେବାକୁ ସ୍ଥିର କରିଛନ୍ତି। ଖେଳାଳି, କର୍ମଚାରୀ ଓ ପ୍ରଶଂସକଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। ଯେତେବେଳେ ସବୁକିଛି ସ୍ବାଭାବିକ ହେବ ଓ ପ୍ରତିଯୋଗିତା ପାଇଁ ସୁରକ୍ଷିତ ସମୟ ଆସିବ, ସେତେ‌ବେଳେ ସମସ୍ତ ପ୍ରତିଯୋଗିତାକୁ ପୁଣିଥରେ ଆରମ୍ଭ କରାଯିବାକୁ ଉଦ୍ୟମ କରାଯିବ ବୋଲି ଏଟିପି ଅଧ୍ୟକ୍ଷ ଆନ୍ଦ୍ରିଆ ଗଉଡେଞ୍ଜି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe