ସର୍ବଭାରତୀୟ ସଫ୍ଟବଲ୍‌: ମହାରାଷ୍ଟ୍ର ମହିଳା, ଆନ୍ଧ୍ର ପୁରୁଷ ବିଜେତା

Advertisment
ସର୍ବଭାରତୀୟ ସଫ୍ଟବଲ୍‌: ମହାରାଷ୍ଟ୍ର ମହିଳା, ଆନ୍ଧ୍ର ପୁରୁଷ ବିଜେତା

ପୁରୀ: ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସଠାରେ ଆୟୋଜିତ ୪୪ତମ ସର୍ବଭାରତୀୟ ସଫ୍ଟବଲ ପ୍ରତିଯୋଗିତା ଗୁରୁବାର ଉଦ୍‌ଯାପିତ ହୋଇଛି। ମହିଳା ବିଭାଗରେ ମହାରାଷ୍ଟ୍ର ଓ ପୁରୁଷ ବିଭାଗରେ ଆନ୍ଧ୍ରପ୍ରଦେଶ ବିଜେତା ହୋଇଥିଲା ବେଳେ ଉଭୟ ବର୍ଗରେ ପଞ୍ଜାବ ଉପବିଜେତା ହୋଇଛି। ପୁରୁଷ ଫାଇନାଲରେ ଆନ୍ଧ୍ରପ୍ରଦେଶ ୧-୦ରେ ପଞ୍ଜାବକୁ ଏବଂ ମହିଳା ଫାଇନାଲ୍‌ରେ ମହାରାଷ୍ଟ୍ର ୫-୦ରେ ପଞ୍ଜାବକୁ ହରାଇଥିଲେ। ପୁରୁଷ ବର୍ଗରେ ଛତିଶଗଡ଼ ଓ ମହିଳାରେ କେରଳ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ହାତେଇଛନ୍ତି।

ଉଦ୍‌ଯାପନୀ ଉତ୍ସବରେ ବିଜେତା, ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା ବେଳେ ମହିଳା ବିଭାଗର ଶ୍ରେଷ୍ଠ ପିଚର ଭାବେ ମହାରାଷ୍ଟ୍ରର ସ୍ୱପ୍ନାଲି ଭାଇତାଣ୍ଡୁ, ଶ୍ରେଷ୍ଠ କ୍ୟାଚର ଭାବେ ମହାରାଷ୍ଟ୍ରର ଐଶ୍ୱର୍ଯ୍ୟା ପୁରୀ, ଶ୍ରେଷ୍ଠ ଖେଳାଳି ଭାବେ ପଞ୍ଜାବର ମନପ୍ରୀତ ସିଂ ପୁରସ୍କୃତ ହୋଇଥିଲେ। ପୁରୁଷ ବିଭାଗରେ ଶ୍ରେଷ୍ଠ ପିଚର ଭାବେ ପଞ୍ଜାବର ସୁରେଶ, ଶ୍ରେଷ୍ଠ କ୍ୟାଚର ଭାବେ ଆନ୍ଧ୍ରପ୍ରଦେଶର ରାମ ବାବୁ ଓ ଶ୍ରେଷ୍ଠ ଖେଳାଳି ଭାବେ ଆନ୍ଧ୍ରପ୍ରଦେଶର ସାଗର ବାବୁ ପୁରସ୍କୃତ ହୋଇଥିଲେ। ଉତ୍ସବରେ ଓଡ଼ିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆ, ପୁରୀ ଜିଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe