ଆଲାର୍ଡିସ୍‌ ଆଇସିସିର ସ୍ଥାୟୀ ସିଇଓ

Advertisment
ଆଲାର୍ଡିସ୍‌ ଆଇସିସିର ସ୍ଥାୟୀ ସିଇଓ

ICC T 20 World cup

ଦୁବାଇ: ଦୀର୍ଘ ୮ ମାସ ଧରି ନିଯୁକ୍ତ ହେବା ପରେ ଜିଓଫ ଆଲାର୍ଡିସ୍‌ଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏହାର ସ୍ଥାୟୀ ସିଇଓ (ମୁଖ୍ୟ କାର୍ଯ୍ୟନିର୍ବାହୀ) ଦାୟିତ୍ବ ଅର୍ପଣ କରିଛି। ମନୁ ସାହନୀଙ୍କ କାର୍ଯ୍ୟକାଳ‌ ଶେଷ ହେବା ପରେ ଆଲାର୍ଡିସ୍‌ଙ୍କୁ ନିଯୁକ୍ତ କରାଯାଇଥିଲା। ସ୍ଥାୟୀ ଦାୟିତ୍ବରେ ରହିବାକୁ ଏହି ପୂର୍ବତନ ପ୍ରଥମ ଶ୍ରେଣୀ କ୍ରିକେଟର୍‌ ରାଜି ହୋଇଛନ୍ତି।

‘‘ଆଇସିସି ସିଇଓ ପଦ ଗ୍ରହଣ କରିବାକୁ ଜିଓଫ୍‌ ରାଜି ହୋଇଥିବାରୁ ମୁଁ ଖୁସି। ଅନେକ ଆହ୍ବାନ ଭିତରେ ସେ ନିଜ ନେତୃତ୍ବ ଦକ୍ଷତା କାରଣରୁ ଆଇସିସି ପୁରୁଷ ‌ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ସଫଳତାର ସହ ସମ୍ପନ୍ନ କରିଛନ୍ତି’ ବୋଲି କହିଛନ୍ତି ଅଧ୍ୟକ୍ଷ ଗ୍ରେଗ୍‌ ବାର୍କଲେ। ଆଲାର୍ଡିସଙ୍କ ନିକଟରେ ପ୍ରଚୁର ପ୍ରଶାସନିକ ଅଭିଜ୍ଞତା ରହିଛି। ପୂର୍ବରୁ ସେ ୮ ବର୍ଷ ଧରି ଆଇସିସି ମହାପ୍ରବଂଧକ କାର୍ଯ୍ୟ କରିଥିଲେ। କ୍ରିକେଟ୍ ଅଷ୍ଟ୍ରେଲିଆରେ ମଧ୍ୟ ସେ ସମାନ ଭୂମିକା ତୁଲାଇଥିଲେ। ବିଶ୍ବ କ୍ରିକେଟ୍ ମାନଚିତ୍ର ସମ୍ପର୍କରେ ଜିଓଫଙ୍କ ଦୃଢ଼ ଧାରଣା ରହିଛି। ପରବର୍ତୀ ଦଶନ୍ଧି ପାଇଁ ସେ ସଦସ୍ୟ ରାଷ୍ଟ୍ର ସହିତ ବ୍ୟାବସାୟିକ ଚକ୍ର ପାଇଁ ଭଲ କାମ କରିପାରିବେ ବୋଲି ବାର୍କଲେ ଆଶା ପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe