ଚୟନ ପଦ୍ଧତିରେ ଚଞ୍ଚକତା ଅଭିଯୋଗ: ଅନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ସଂଘକୁ ଚିଠି ଲେଖିଲେ ସନ୍ତୋଷ

Advertisment
ଚୟନ ପଦ୍ଧତିରେ ଚଞ୍ଚକତା ଅଭିଯୋଗ: ଅନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ସଂଘକୁ ଚିଠି ଲେଖିଲେ ସନ୍ତୋଷ

ପୁରୀ: ଜାତୀୟ ପୁରୁଷ ମୁଷ୍ଟି‌ଯୁଦ୍ଧ ପ୍ରଶିକ୍ଷଣ ଶିବିର ପରୀକ୍ଷଣରେ ଯୋଗ୍ୟ ମୁଷ୍ଟିଯୋଦ୍ଧାଙ୍କୁ ଜାଣିଶୁଣି ସାମିଲ୍‌ କରାଯାଇନଥିବା ଅଭିଯୋଗ ହୋଇଛି। ରାଜ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଅନେକଥର ଜାତୀୟ ପ୍ରତିଯୋଗିତାରେ ସାମିଲ୍‌ ହୋଇଥିବା ପୁରୀ ଜିଲ୍ଲାର ମୁଷ୍ଟିଯୋଦ୍ଧା ସନ୍ତୋଷ ଭୋଇ ଏହି ଅଭିଯୋଗ କରିଛନ୍ତି। ତାଙ୍କ କହିବା ମୁତାବକ, ପଟିଆଲାରେ ବରିଷ୍ଠ ପୁରୁଷ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ପାଇଁ ଜାତୀୟ ଚୟନ ଶିବିରକୁ ଯୋଗ୍ୟତା ଭିତ୍ତିରେ ଦଳ ଚୟନ ନକରାଯାଇ ଓଡ଼ିଶା ସୌଖୀନ୍‌ ମୁଷ୍ଟିଯୁଦ୍ଧ ସଂଘ ସମ୍ପାଦକ ତାଙ୍କ ମନଇଚ୍ଛା ଖେଳାଳି ପଠାଇଛନ୍ତି।

ସନ୍ତୋଷ କହିଛନ୍ତି, ଜାତୀୟ ଚୟନ ଶିବିରରେ ଯୋଗ ଦେବା ପୂର୍ବରୁ ରାଜ୍ୟ ଦଳ ଚୟନ ହେବା ନେଇ ସମ୍ପାଦକ ଅନିଲ ବୋଇଦାର କୌଣସି ସୂଚନା ଦେଇନଥିଲେ। ଯଦି ରାଜ୍ୟ ଦଳ ଚୟନ ପାଇଁ ସମୟ ଅଭାବ ଥିଲା ତେବେ ଗତବର୍ଷ ଯେଉଁ ଖେଳାଳି ପ୍ରଥମ ହୋଇ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ସେଇ ଖେଳାଳିଙ୍କୁ ଜାତୀୟ ଚୟନ ଶିବିରକୁ କାହିଁକି ପଠାଗଲା ନାହିଁ? ବୋଲି ସେ ପ୍ରଶ୍ନ କରିଛନ୍ତି। ଏନେଇ ସନ୍ତୋଷ ସମ୍ପାଦକ ଶ୍ରୀ ବୋଇଦାରଙ୍କୁ ପଚାରିବାରେ ସେ ତାଙ୍କୁ ଜାତିଆଣ କଥା ନେଇ ଆକ୍ଷେପ କରିବା ସହ ତୁମେ ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆବଶ୍ୟକ ୫୦ ହଜାର ଟଙ୍କା ଯୋଗାଡ଼ କରିପାରିବ ନାହିଁ ବୋଲି କହିଥିବା ସନ୍ତୋଷ ଅନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ସଂଘକୁ ଲେଖି ଜଣାଇଛନ୍ତି। କ୍ରୀଡ଼ା ବିଭାଗ ସଚିବ, ଜାତୀୟ ମୁଷ୍ଟିଯୁଦ୍ଧ ମହାସଂଘ, କ୍ରୀଡ଼ା ମନ୍ତ୍ରାଳୟ, ପୁରୀ ଜିଲ୍ଲା ‌ଦୌଡ଼କୁଦ ସଂଘ, ଓଡ଼ିଶା ଅଲିମ୍ପିକ୍‌ ସଂଘକୁ ମଧ୍ୟ ଅଭିଯୋଗ ପତ୍ର ପଠାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe