Yahoo Sport Australia
ବୁଏନସ୍ ଏରିସ୍: ଗତ ନଭେମ୍ବର ମାସରେ ଘଟିଥିବା ଫୁଟ୍ବଲ୍ କିଂବଦନ୍ତି ଡିଏଗୋ ମାରାଡ଼ୋନାଙ୍କ ଦେହାନ୍ତ ଏକ ପୂର୍ବପରିକଳ୍ପିତ ହତ୍ୟା ଥିଲା ବୋଲି ଅଭିଯୋଗ ହୋଇଛି। ଏଥିରେ ୭ ଜଣଙ୍କ ସମ୍ପୃ୍କ୍ତି ଥିବାରୁ ସେମାନଙ୍କୁ ତଦନ୍ତ ପରିସରକୁ ଅଣାଯାଇଛି। ଏଥିରେ ମାରାଡ଼ୋନାଙ୍କ ଚିକିତ୍ସା କରିଥିବା ନ୍ୟୁରୋସର୍ଜନ ଲିଓପୌଲଡୋ ଲୁକ୍ୟୁ, ସାଇକିଆଟ୍ରିଷ୍ଟ ଅଗଷ୍ଟିନା କୋସାଚୋଭ୍ ଏବଂ ସାଇକୋଲଜିଷ୍ଟ୍ କାର୍ଲୋସ ଡାଏଜ ରହିଛନ୍ତି। ଏମାନେ ଯଦି ଦୋଷୀ ସାବ୍ୟସ୍ତ ହେବେ ତେବେ ୮ରୁ ୨୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବେ।
ହୃଦ୍ଘାତରେ ମାରାଡୋନାଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିଲେ ମଧ୍ୟ ଅନୁଧ୍ୟାନରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଜଣାପଡିଥିଲା। ଚିକିତ୍ସାରେ ଅବହେଳା କରାଯାଇଥିବା ସାନ୍ ଇସିଦ୍ରୋ ଅଟର୍ନି ଜେନେରାଲ୍ଙ୍କ ତଦନ୍ତକାରୀ ଦଳ ଜାଣିପାରିଥିଲା। ମାରାଡୋନାଙ୍କ ୫ ଝିଅଙ୍କ ଅଭିଯୋଗ ପରେ ଏହା ଏକ ସୁପରିକଳ୍ପିତ ହତ୍ୟା ଥିଲା ବୋଲି ସନ୍ଦେହ କ୍ରମେ ଘନୀଭୂତ ହେବାରେ ଲାଗିଛି। ପିତାଙ୍କ ସ୍ବାସ୍ଥ୍ୟର ପତନ ପାଇଁ କନ୍ୟାମାନେ ନ୍ୟୁରୋସର୍ଜନ ଲିଓପୌଲଡୋ ଲୋକ୍ୟୁଙ୍କୁ ଅଧିକ ଦାୟୀ କରିଥିଲେ। ଅଭିଯୁକ୍ତମାନଙ୍କୁ ମଧ୍ୟ ମେ’ ୨୧ରୁ ଜୁନ୍ ୧୪ ତାରିଖ ମଧ୍ୟରେ ଦେଶ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଏହି ସମୟରେ ସେମାନଙ୍କୁ ତଦନ୍ତକାରୀଙ୍କ ନିକଟରେ ହାଜର ହେବାକୁ ପଡ଼ିବ। ସୂଚନାଯୋଗ୍ୟ, ୧୯୮୬ରେ ଆର୍ଜେଣ୍ଟିନାକୁ ବିଶ୍ବକପ୍ ବିଜେତା କରାଇବା ପରେ ମାରାଡ଼ୋନା କୋଟି କୋଟି ଫୁଟ୍ବଲ୍ ପ୍ରେମୀଙ୍କ ହୃଦୟରେ ରାଜ୍ କରିଥିଲେ।
Follow Us