ଅମ୍ପେୟାର୍‌ଙ୍କ କାର୍ଯ୍ୟ ସମ୍ଭାଳିଲେ ଏହି କ୍ରିକେଟର୍‌, ଇନ୍‌ଷ୍ଟାରେ ଭିଡିଓ ପୋଷ୍ଟ୍‌ କଲା ଆଇସିସି

Advertisment
ଅମ୍ପେୟାର୍‌ଙ୍କ କାର୍ଯ୍ୟ ସମ୍ଭାଳିଲେ ଏହି କ୍ରିକେଟର୍‌, ଇନ୍‌ଷ୍ଟାରେ ଭିଡିଓ ପୋଷ୍ଟ୍‌ କଲା ଆଇସିସି

ନୂଆଦିଲ୍ଲୀ: ଏବେ ନ୍ୟୁଜିଲାଣ୍ଡ୍‌ରେ ଆଇସିସି ମହିଳା ବିଶ୍ବକପ୍‌ ଖେଳାଯାଉଛି। ଏହା ମଧ୍ୟରେ ଅଷ୍ଟ୍ରେଲିଆ ଓ ବାଂଲାଦେଶ ମଧ୍ୟରେ ଏକ ମ୍ୟାଚ୍‌ ଖେଳା ଯାଉଥିବାର ଦେଖିବାକୁ ମିଳିଛି। ଅବଶ୍ୟ ଏହା ଏକ ଔପଚାରିକ ମ୍ୟାଚ୍‌। କାହିଁକି ନା ଅଷ୍ଟ୍ରେଲିଆ ଏମିତିରେ ବି ସେମି ଫାଇନାଲ୍‌ରେ ପହଞ୍ଚି ସାରିଛି ଓ ବାଂଲାଦେଶ  ଟୁର୍ଣ୍ଣାମେଣ୍ଟ୍‌ରୁ ବାଦ୍‌ ପଡ଼ିଛି।

ତେବେ, ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଖେଳାଳି ଖୁବ୍ ମଜାକିଆ ଅନ୍ଦାଜରେ ନଜର ଆସିଛନ୍ତି। ବିଶେଷକରି ୱିକେଟ୍‌ କିପର୍‌ ଏଲିସା ହିଲି ଖୁବ୍ ମସ୍ତି କରୁଥିବାର ଦେଖିବାକୁ ମିଳିଛନ୍ତି। ଆଇସିସି ପକ୍ଷରୁ ଟ୍ବିଟ୍‌ କରାଯାଇଥିବା ଏକ ଭିଡିଓରେ ଏଲିସାଙ୍କୁ ୱିକେଟ୍‌ କିପର୍‌ ବଦଳରେ ଅମ୍ପେୟାର୍‌ ଭାବେ ଦେଖିବାକୁ ମିଳିଛି।

ଏହି ଘଟଣା ବାଂଲାଦେଶ ବୋଲିଂ କରୁଥିବା ବେଳେ ୧୪ ଓଭର୍‌ ପରେ ହୋଇଥିବା ଦେଖିବାକୁ ମିଳିଛି। ଓଭର୍‌ର ଶେଷ ବଲ୍‌ ପରେ ଖେଳାଳିଙ୍କୁ ପୋଜିସନ୍‌ ବଦଳାଇବାର ଥାଏ। ଏହି ସମୟରେ ଅମ୍ପେୟାର୍‌ ବି ନିଜର ପୋଜିସନ୍‌ ବଦଳଉଥାନ୍ତି। ସେତେବେଳେ ଅ‌ଷ୍ଟ୍ରେଲିଆ ୱିକେଟ୍‌ କିପର୍‌ ନିଜ ପକ୍ଷ ବଦଳାଇବାକୁ ଦେଖନ୍ତି ତ ପଡ଼ିଆରେ ଅମ୍ପେୟାର୍‌ ନାହାନ୍ତି। ସେ ସେହି ସୁଯୋଗର ଲାଭ ଉଠାଇ ଯାଇ ଅମ୍ପେୟାର୍‌ ଜାଗାରେ ଛିଡ଼ା ହୋଇ ଅମ୍ପେୟାର କାର୍ଯ୍ୟ କରିଥିବାର ଭିଡିଓ କ୍ଲିପ୍‌ରେ ଦେଖିବାକୁ ମିଳିଛି।

ଆଇସିସି ଏହି ଭିଡିଓକୁ ଟ୍ବିଟର୍‌ରେ ସେୟାର କରି ଲେଖିଛି, ‘ଅମ୍ପେୟାର୍‌ ନାହି? କିଛି ଅସୁବିଧା ନାହିଁ। ଏଲିସା ହିଲି ଅଛନ୍ତି କାର୍ଯ୍ୟ ସମ୍ଭାଳିବାକୁ’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe