ଆଇପିଏଲ ମିଡ଼ିଆ ରାଇଟ୍ସରୁ ଓହରିପାରେ ଆମାଜନ, ମୁକେଶ ଅମ୍ବାନୀଙ୍କୁ ମିଳିପାରେ ଫାଇଦା!

Advertisment
ଆଇପିଏଲ ମିଡ଼ିଆ ରାଇଟ୍ସରୁ ଓହରିପାରେ ଆମାଜନ, ମୁକେଶ ଅମ୍ବାନୀଙ୍କୁ ମିଳିପାରେ ଫାଇଦା!

ନୂଆଦିଲ୍ଲୀ: ବିଶ୍ୱର ଦ୍ୱିତୀୟ ଧନୀ ଜେଫ୍ ବେଜୋସଙ୍କ କମ୍ପାନି ଆମାଜନ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) କ୍ରିକେଟ୍ ମ୍ୟାଚ୍ ଷ୍ଟ୍ରିମ୍ କରିବା ପାଇଁ ମିଡିଆ ରାଇଟ୍ସ ବାଦ ପଡିପାରେ। ଯଦି ଏହା ହୁଏ, ତେବେ ମିଡ଼ିଆ ରାଇଟ୍ସ ପାଇବା ତାଲିକାରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଏକ ଦୃଢ ଦାବିଦାର ହେବ | ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଆମାଜନ ପ୍ରାୟ ୬୦ ହଜାର କୋଟି ଟଙ୍କାର ମିଡିଆ ରାଇଟ୍ସରେ ଭାଗ ନ ନେଇପାରେ | କାରଣ ଆମାଜନ ପୂର୍ବରୁ ଭାରତରେ ପ୍ରାୟ ୬ ବିଲିୟନ ଡଲାରରୁ ଅଧିକ ପୁଞ୍ଜି ବିନିଯୋଗ କରିସାରିଛି। ବର୍ତ୍ତମାନ କେବଳ ଆଇପିଏଲର ଅନଲାଇନ୍ ଷ୍ଟ୍ରିମିଂ ଅଧିକାର ପାଇଁ ଏତେ ଟଙ୍କା ଖର୍ଚ୍ଚ କରିବା ସପକ୍ଷରେ ଜେଫ୍ ବେଜୋସ ନାହାନ୍ତି |

ତେବେ ଆମାଜନ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହା କୁହାଯାଇନାହିଁ | ଯଦି ଆମାଜନ ବାଦ ପଡେ, ତେବେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ, ଡିଜନି ଏବଂ ସୋନି ଗ୍ରୁପ୍ କର୍ପୋରେସନ୍ ମଧ୍ୟରେ ମିଡିଆ ରାଇଟ୍ସ ପାଇଁ ପ୍ରତିଯୋଗିତା ହେବ | ସୂଚନା ଥାଉ କି ଯେ ଆଇପିଏଲ୍ ମିଡିଆ ଅଧିକାର ନିଲାମ ପ୍ରକ୍ରିୟା ଜୁଲାଇ ୧୨ରୁ ଆରମ୍ଭ ହେବ |

ବିସିସିଆଇ ଦେଇଥିବା ସୂଚନା ଅନୁଯାୟୀ, ୨୪ରୁ ୪୮ଘଣ୍ଟା ମଧ୍ୟରେ ଆଇପିଏଲ୍ ମିଡିଆ ଅଧିକାର ନିଲାମର ଫଳାଫଳ ଜଣାଇ ଦିଆଯିବ | ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ୫ ବର୍ଷ ଧରି ଆଇପିଏଲର ମିଡ଼ିଆ ରାଇଟ୍ସ ବିଜେତା କମ୍ପାନି ହାତରେ ରହିବ | ଏଥି ସହିତ, ବର୍ତ୍ତମାନ ଭାରତରେ ଆଇପିଏଲର ଏକମାତ୍ର ଲାଇଭ୍ ଷ୍ଟ୍ରିମିଂ ପ୍ଲାଟଫର୍ମ ହେଉଛି 'ଡିଜନି ପ୍ଲସ୍ ହଟଷ୍ଟାର୍' | ଗୁଜୁରାଟ ଏବଂ ଲଖନଉ ଫ୍ରାଞ୍ଚାଇଜ୍ ଅନ୍ତର୍ଭୂକ୍ତ ହେବା ସହିତ ଆଇପିଏଲ୍ ମ୍ୟାଚ୍ ସଂଖ୍ୟା ୬୦ରୁ ୭୪କୁ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe