ଆଇପିଏଲ୍‌ ପ୍ରସାରଣ ଦୌଡ଼ରୁ ଓହରିଲା ଆମାଜନ

ବିଶ୍ବବ୍ୟାପୀ ଧର୍ମଘଟ କରିବେ ଆମାଜନ କର୍ମଚାରୀ

Yahoo Finance

ମୁମ୍ବାଇ : ଆଇପିଏଲ୍‌ର ମଡିଆ ରାଇଟ୍‌ସ ତଥା ପ୍ରସାରଣ ଅଧିକାର ଦୌଡ଼ରେ ଥିବା ଆମେରିକୀୟ କମ୍ପାନି ଆମାଜନ୍‌ ଏଥିରୁ ଓହରିଯାଇଛି। ୪ଟି ପ୍ୟାକେଜଭୁକ୍ତ ଟେଲିଭିଜନ୍‌ ଓ ଡିଜିଟାଲ୍‌ ପ୍ରସାରଣ ଅଧିକାର ପାଇଁ ନିଲାମ ପ୍ରକ୍ରିୟା ଆଉ ମାତ୍ର ୨ ଦିନ ରହିଥିବା ବେଳେ ଆମାଜନ ଓହରିଯିବାକୁ ନିଷ୍ପତ୍ତି ନେଇଛି। ବିଡ୍ ଡକୁମେଣ୍ଟ ନେଇଥିଲେ ମଧ୍ୟ ଆମାଜନକୁ ଦାଖଲ କରିନଥିଲା। ଫଳରେ ଏବେ ମୋଟ ୧୦ କମ୍ପାନି ଦୌଡ଼ରେ ରହିଛି।

ତେବେ ୪ଟି କମ୍ପାନି ମଧ୍ୟରେ ମୁଖ୍ୟ ପ୍ରତିଦ୍ବନ୍ଦ୍ବିତା ହେବାକୁ ଯାଉଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ମାଲିକାନାରେ ଥିବା ଭାୟାକମ୍‌୧୮ ଦୃଢ଼ ଦାବିଦାର ଥିବା କୁହାଯାଉଛି। ୨୦୨୩ରୁ ୨୦୨୭ ମସିହା ୫ ବର୍ଷ ପାଇଁ ଏହି ମିଡିଆ ରାଇଟ୍ସ ନିଲାମ ପ୍ରକ୍ରିୟା ଚାଲିଛି। ପ୍ରଥମ ୩ ବର୍ଷ ୭୪ ମ୍ୟାଚ୍‌ ଲେଖାଏଁ ଏବଂ ଶେଷ ଦୁଇ ବ‌ର୍ଷ ୯୪ ମ୍ୟାଚ୍‌ ଲେଖାଏଁ ଖେଳାଯିବାକୁ ଇ-ଅକ୍ସନ୍‌ର ବିଭିନ୍ନ ପ୍ୟାକେଜ୍‌ରେ ସର୍ତ୍ତ ରଖାଯାଇଛି। ଗତ ଥର ଷ୍ଟାର୍‌ ସ୍ପୋର୍ଟସ ୧୬,୩୪୭.୫୦ କୋଟିରେ ନିଲାମ ଜିତିଥିବା‌ ବେଳେ ଏଥର ୩୨,୦୦୦ କୋଟି ମୂଳ ରାଶି ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe