ଆଇପିଏଲ୍‌ରୁ ଅବସର ଘୋଷଣା ପରେ ଟ୍ବିଟ୍ ହଟାଇଲେ ଅମ୍ବାତି

କାରିବିୟାନ୍‌ ପ୍ରିମିୟର ଲିଗ୍‌ ଖେଳିବେ ଅମ୍ବାତି ରାୟୁଡୁ: ତାମ୍ବେଙ୍କ ପରେ ଦ୍ବିତୀୟ ଭାରତୀୟ

India TV

ମୁମ୍ବାଇ: ଲାଗୁଛି ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ଦଳରେ ସବୁକିଛି ଠିକ୍ ନାହିଁ। ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମି ନଥିଲା ବେଳେ ଏହି ଦଳର ମଧ୍ୟକ୍ରମ ବ୍ୟାଟର୍ ଅମ୍ବାତି ରାୟୁଡୁଙ୍କ ଭବିଷ୍ୟତକୁ ନେଇ ଆଶା ଓ ଆଶଙ୍କା ପ୍ରକାଶ ପାଇଛି। ଆଇପିଏଲ୍‌ରୁ ହଠାତ୍ ନିଜ ଅବସରକୁ ଘୋଷଣା କରିବାକୁ ନେଇ ଶନିବାର ସେ କରିଥିବା ଟ୍ବିଟ୍ ହିଁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା। କ୍ରିକେଟ୍‌ପ୍ରେମୀ ଏହାର କାରଣ ଖୋଜିବାରେ ବ୍ୟସ୍ତ ଥିଲା ବେଳେ ମାତ୍ର କିଛି ସମୟ ପରେ ରାୟୁଡୁ ଏହି ଟ୍ବିଟ୍‌କୁ ହଟାଇଦେବା ମାମଲାକୁ ଆହୁରି ଗୋଳମାଳିଆ କରି ଦେଇଥିଲା।

ରାୟୁଡୁ ତାଙ୍କ ଟ୍ବିଟ୍‌ରେ ଲେଖିଥିଲେ ଯେ ଚଳତବର୍ଷର ଆଇପିଏଲ୍‌ ମୋର ଶେଷ ଆଇପିଏଲ୍ ବୋଲି ଘୋଷଣା କରି ମୁଁ ଅତ୍ୟନ୍ତ ଆନନ୍ଦିତ। ଏହି ଚର୍ଚ୍ଚିତ ଲିଗ୍ ଖେଳି ମୁଁ ଅସୀମ ଆ‌ନନ୍ଦ ପାଇଛି। ୧୩ ବର୍ଷ ଭିତରେ ଦୁଇଟି ଚମତ୍କାର ଦଳର ଅଂଶବିଶେଷ ହୋଇପାରିଛି। ଏହି ରୋଚକ ତଥା ସ୍ମରଣୀୟ ଯାତ୍ରା ଲାଗି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ ଦଳକୁ ଧ୍ୟନ୍ୟବାଦ ଦେବାକୁ ଚାହୁଛି। ରାୟୁଡୁ ଏହି ଟ୍ବିଟ୍ କରିବା ପରେ ଇର୍ଫାନ୍ ପଠାନଙ୍କ ସମେତ ଏକାଧିକ ପୂର୍ବତନ କ୍ରିକେଟର୍‌ ତାଙ୍କୁ ଆଗାମୀ ଭବିଷ୍ୟତ ପାଇଁ ଶୁ‌ଭେଚ୍ଛା ଓ ଶୁଭକା‌ମନା ଦେବା ଆରମ୍ଭ କରିଦେଇଥିଲେ। ହେଲେ କିଛି ସମୟ ପରେ ସେ ନିଜ ଆନୁଷ୍ଠାନିକ ଟ୍ବିଟର ଆକାଉଣ୍ଟରୁ ନିଜ ଅବସର ଟ୍ବିଟ୍‌କୁ ହଟାଇ ଦେଇଥିଲେ। ଫଳରେ ସମସ୍ତେ ଦ୍ବନ୍ଦ୍ବରେ ପଡ଼ିଯାଇଥିଲେ। ପରେ ସିଏସ୍‌କେ ମୁଖ୍ୟକାର୍ଯ୍ୟନିର୍ବାହୀ କାଶି ବିଶ୍ବନାଥ ତୁରନ୍ତ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ରାୟୁଡୁ ଅବସର ନେବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଥିଲେ। ଚଳିତ ଋତୁରେ ରାୟୁଡୁଙ୍କୁ ସିଏସ୍‌କେ ୬.୨ କୋଟି ଟଙ୍କାରେ କିଣିଥିଲା। ଏବେ ସୁଦ୍ଧା ୧୨ ମ୍ୟାଚ୍ ଖେଳି ୨୭.୧୦ ହାରରେ ୨୭୧ ରନ୍ କରିଛନ୍ତି ସେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe