ଆମେରିକାକୁ ପୁଣି ଫିଫା ମହିଳା ବିଶ୍ବକପ୍‌ ଟ୍ରଫି

Advertisment
ଆମେରିକାକୁ ପୁଣି ଫିଫା ମହିଳା ବିଶ୍ବକପ୍‌ ଟ୍ରଫି

ଲିୟନ (ଫ୍ରାନ୍ସ): ୟୁରୋପୀୟ ବିଜେତା ନେଦରଲାଣ୍ଡ୍‌କୁ ପରାସ୍ତ କରି ଆମେରିକା ଫିଫା ମହିଳା ବିଶ୍ବକପ୍‌ ବିଜେତା ହୋଇଛି। ପ୍ରଥମ ଥର ଲାଗି ସେମିଫାଇନାଲ୍‌ ପ୍ରବେଶ କରିଥିବା ନେଦରଲାଣ୍ଡ୍‌ ଫାଇନାଲ୍‌ରେ ଗତଥରର ବିଜେତା ଆମେରିକା ନିକଟରେ ଆତ୍ମସମର୍ପଣ କରିଥିଲା। ଆମେରିକା ୨-୦ ଗୋଲ୍‌ରେ ନେଦରଲାଣ୍ଡ୍‌କୁ ପରାସ୍ତ କରି ବିଶ୍ବକପ୍‌ ବଜାୟ ରଖିଲା। ମ୍ୟାଚ୍‌ ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଯାହା ଫଳରେ ୬୦ ମିନିଟ୍‌ ପର୍ଯ୍ୟନ୍ତ କେହି କାହାରିକୁ ଗୋଲ୍‌ ଦେଇପାରିନଥିଲେ। ତେବେ ୬୧ ମିନିଟ୍‌ରେ ମେଗାନ୍‌ ରାପି‌ନୋଇ ପେନାଲ୍‌ଟି ଗୋଲ୍‌ କରି ଆମେରିକାକୁ ଅଗ୍ରଣୀ ଦେଇଥିଲେ। ଏହାପରେ ରୋଜ୍‌ ଲାଭେଲ ୬୯ ମିନିଟ୍‌ରେ ଦ୍ବିତୀୟ ଗୋଲ୍‌ କରି ଗତଥର ବିଜେତା ଆମେରିକାକୁ ଏକପାଖିଆ ବିଜୟ ଭେଟି ଦେଇଥିଲେ।

ଏହା ପୂର୍ବରୁ ଖେଳାଯାଇଥିବା ପ୍ଲେଅଫ୍‌ ମ୍ୟାଚ୍‌ରେ ଇଂଲଣ୍ଡକୁ ୨-୧ ଗୋଲ୍‌ରେ ପରାସ୍ତ କରି ରିଓ ଅଲିମ୍ପିକ୍‌ ରୌପ୍ୟ ବି‌ଜେତା ସ୍ବିଡେନ୍‌ ତୃତୀୟ ସ୍ଥାନ ଅକ୍ତିଆର କରିଥିଲା। କୋସୋଭାରେ ଆସ୍‌ଲାନି ଏବଂ ସୋଫିଆ ଜାକୋବ୍‌ସନ୍‌ଙ୍କ ସଅଳ ଗୋଲ୍‌ ହିଁ ଶନିବାରର ତୃତୀୟ ସ୍ଥାନ ପାଇଁ ପ୍ଲେଅଫ୍‌ ମୁକାବିଲାରେ ସ୍ବିଡେନ୍‌ ବିଜୟ ନିମନ୍ତେ ଯଥେଷ୍ଟ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ଏକମାତ୍ର ଗୋଲ୍‌ଟି ଫ୍ରାନ୍‌ କିର୍ବି କରିଥିଲା ବେଳେ ଏଲେନ୍‌ ହ୍ବାଇଟ୍‌ଙ୍କ ଗୋଲ୍‌ ଭିଡିଓ ଆସିଷ୍ଟାଣ୍ଡ୍‌ ରେଫରି ନାକଚ କରିଦେବାରୁ ସ୍ବିଡେନ୍‌ ବିଜୟୀ ହୋଇଥିଲା। ଏହି ଅବସରରେ ସ୍ବିଡେନ୍‌ ଅଧିନାୟ କାରୋଲି‌ନେ ସେଗେର୍‌ ୨୦୦ତମ ମ୍ୟାଚ୍‌ ଖେଳିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe