ଅମିତ ଭଣ୍ଡାରିଙ୍କୁ ଆକ୍ରମଣ

Advertisment
ଅମିତ ଭଣ୍ଡାରିଙ୍କୁ ଆକ୍ରମଣ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ତଥା ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ୍‌ ସଂଘ (ଡିଡିସିଏ) ଚୟନକର୍ତା ସମିତି ଅଧ୍ୟକ୍ଷ ଅମିତ ଭଣ୍ଡାରିଙ୍କୁ କିଛି ଅଚିହ୍ନା ଯୁବକ ଆକ୍ରମଣ କରିଛନ୍ତି। ସୋମବାର ସେଣ୍ଟ୍‌ ‌ଷ୍ଟିଫେନ୍ସ ପଡ଼ିଆରେ ଚାଲିଥିବା ଦିଲ୍ଲୀ ବରିଷ୍ଠ ଦଳର ଅଭ୍ୟାସ ଶିବିର ବେଳେ ଏହି ଆକ୍ରମଣ ହୋଇଥିଲା। ଆହତ ଭଣ୍ଡାରି ସ୍ଥାନୀୟ ସନ୍ତ ପରମାନନ୍ଦ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ମୁଣ୍ଡ ଓ କାନରେ ଗଭୀର ଆଘାତ ଲାଗିଥିଲା। ଏବେ ସେ ସୁସ୍ଥ ହେବାରେ ଲାଗିଛନ୍ତି ବୋଲି ଡିଡିସିଏ ସଭାପତି ରଜତ ଶର୍ମା କହିଛନ୍ତି। ଏହି ଆକ୍ରମଣରେ ୨୩ ବର୍ଷରୁ କମ୍‌ ଦଳରେ ସ୍ଥାନ ପାଇ ନଥିବା ଖେଳାଳିମାନଙ୍କ ହାତ ଥିବା ଅନୁମାନ କରାଯାଉଛି। ୧୫ ଜଣ ଯୁବକ ହାତରେ ହକି ଷ୍ଟିକ୍‌, ରଡ୍‌ ଧରି ଏହି ଅକ୍ରମଣରେ ସାମିଲ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବଂଧୁକ ଦେଖାଇ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା ବୋଲି ପୁଲିସ ନିକଟରେ ଅଭିଯୋଗ ହୋଇଛି। ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଦିଲ୍ଲୀ ପୁଲିସ କମିସନର ଅମୂଲ୍ୟ ପଟ୍ଟନାୟକ କହିଛନ୍ତି। ଭଣ୍ଡାରିଙ୍କ ଉପରେ ହୋଇଥିବା ଆକ୍ରମଣକୁ ପୂର୍ବତନ ‌କ୍ରିକେଟର୍‌ ଗୌତମ ଗମ୍ଭୀର ଦୃଢ଼ ନିନ୍ଦା କରିଛନ୍ତି। ଅଭିଯୁକ୍ତକୁ ଜୀବନବ୍ୟାପୀ ବାସନ୍ଦ କରିବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe