‘ମିଟ୍‌ ଦ ଚାମ୍ପିଅନ୍ସ’ରେ ଅମିତ୍‌

Advertisment
‘ମିଟ୍‌ ଦ ଚାମ୍ପିଅନ୍ସ’ରେ ଅମିତ୍‌

ଭୁବନେଶ୍ବର: ଜାତୀୟ କ୍ରୀଡ଼ା ଦିବସ ଅବସରରେ କେନ୍ଦ୍ର ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଦେଶର ୨୫ଟି ସହରରେ ବ୍ୟାପକ କାର୍ଯ୍ୟକ୍ରମ କରିଛି। ‘ମିଟ୍‌ ଦ ଚାମ୍ପିଅନ୍ସ’ ଶୀର୍ଷକ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପରିଚିତ ମୁହଁ ଅର୍ଜୁନ ପୁରସ୍କାର ବିଜେତା ହକି ଅଲିମ୍ପିଆନ୍‌ ଅମିତ ରୋହିଦାସ ସାମିଲ ହୋଇଥିଲେ। ୟୁନିଟ୍‌-୩ କ୍ୟାପିଟାଲ୍ ହାଇସ୍କୁଲ୍ ପଡ଼ିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଭଳି ଟୋକିଓ ଅଲିମ୍ପିକ୍ସ ଓ ରାଜ୍ୟଗୋଷ୍ଠୀ ଦଳକୁ ଉତ୍ସାହିତ କରିଥିଲେ ଅମିତ ବର୍ଣ୍ଣନା କରିଥିଲେ। ସାଇ ଓଡ଼ିଶା ଉପ ନିର୍ଦେଶକ ଟି ସାହୁ, କଟକ ଏସଟିସି ପ୍ରଶିକ୍ଷକ ତଥା ବାସ୍କେଟବଲ୍ ପ୍ରଶିକ୍ଷକ ଶ୍ରୀକାନ୍ତ ନାୟକ, କ୍ରୀଡ଼ା ବିଜ୍ଞାନୀ ଡକ୍ଟର ହର୍ଷଦୀପ ସିଂହ ଧଞ୍ଜଲ ଏବଂ ଯୁବ ପେସାଦାର ମଣିକାନ୍ତ ନାୟକ ଏଥିରେ ସାମିଲ ହୋଇଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ଜେ କେ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe