ଗୁଜରାଟ ଟାଇଟନ୍ସ ବାଧ୍ୟ ହୋଇ ଗିଲଙ୍କୁ ଅଧିନାୟକ କରିଥିଲା: ଅମିତ ମିଶ୍ରା

ଗୁଜରାଟ ଟାଇଟନ୍ସ ବାଧ୍ୟ ହୋଇ ଗିଲଙ୍କୁ ଅଧିନାୟକ କରିଥିଲା: ଅମିତ ମିଶ୍ରା

ନୂଆଦିଲ୍ଲୀ: ଗୁଜରାଟ ଟାଇଟନ୍ସ ବାଧ୍ୟ ହୋଇ ଶୁଭମନ ଗିଲଙ୍କୁ ଅଧିନାୟକ କରିଥିଲା। ଶୁଭମନଙ୍କ ପାଖରେ ଅଧିନାୟକ ହେବାର ଯୋଗ୍ୟତା ନାହିଁ। ଭାରତୀୟ କ୍ରିକେଟ ଟିମର ବରିଷ୍ଠ ଲେଗ୍ ସ୍ପିନର ଅମିତ ମିଶ୍ରା ଏଭଳି କହି ଏବେ ଚର୍ଚ୍ଚାରେ ଅଛନ୍ତି।

ସାମ୍ବାଦିକ ଶୁଭଙ୍କର ମିଶ୍ରାଙ୍କ ୟୁଟ୍ୟୁବ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ଭାରତୀୟ ସ୍ପିନର, ଗିଲଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି। ଆଇପିଏଲ୍ ୨୦୨୪ରେ ଗିଲ୍ ଗୁଜୁରାଟ ଟାଇଟାନ୍ସର ଅଧିନାୟକତ୍ବ କରିଥିବାବେଳେ ଜିମ୍ବାୱେ ବିପକ୍ଷ ଟି-୨୦  ସିରିଜରେ ତାଙ୍କୁ ଭାରତୀୟ ଦଳର ଅଧିନାୟକ କରାଯାଇଥିଲା। ଏନେଇ ଅମିତଙ୍କୁ ସାକ୍ଷାତକାରରେ ପଚରାଯିବାରୁ ସେ କହିଥିଲେ ଯେ, "ଗିଲଙ୍କର ଅଧିନାୟକତ୍ୱ ଉପରେ କୌଣସି ଧାରଣା ନାହିଁ। ମୁଁ ତାଙ୍କୁ ଆଇପିଏଲ ଖେଳୁଥିବା ଦେଖିଛି। ଅଧିନାୟକତ୍ୱ କିଭଳି କରାଯାଏ ସେ ବିଷୟରେ ତାଙ୍କୁ ଜଣାନାହିଁ।"

ଅମିତ ମିଶ୍ରା ଆହୁରି କହିଛନ୍ତି, "ସେତେବେଳେ ହାର୍ଦ୍ଦିକ ଦଳ ଛାଡିଥିଲେ। ଗୁଜରାଟ ପାଖରେ ରସିଦ ଖାନଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ନଥିଲେ। ତେଣୁ ଗିଲଙ୍କb ଅଧିନାୟକ କରାଗଲା। ମୁଁ ଭାବୁନାହିଁ ଯେ, ସେ ଅଧିନାୟକ ହେବାକୁ ସକ୍ଷମ। ମୁଁ ଭାବୁ ନାହିଁ ଯେ ସେ ଭାରତର ଅଧିନାୟକ ହୋଇପାରିବେ।"

ଉଲ୍ଲେଖଯୋଗ୍ୟ, ଆଇପିଏଲ ୨୦୨୪ରେ ଗିଲଙ୍କ ଅଧିନାୟକତ୍ୱରେ ଗୁଜୁରାଟ ଦଳ ପଏଣ୍ଟ ଟେବୁଲରେ ଅଷ୍ଟମ ସ୍ଥାନରେ ଥିବାବେଳେ ଜିମ୍ବାୱେ ବିପକ୍ଷରେ ଖେଳାଯାଇଥିବା ୫ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୪-୧ରେ ଜିତିଥିଲା। ଏହି ସିରିଜରେ ଭାରତର ଅଧିନାୟକ ଥିଲେ ଗିଲ୍। ଭବିଷ୍ୟତର ଅଧିନାୟକ ଭାବରେ ଗିଲଙ୍କୁ ବିବେଚନା କରାଯାଉଥିବା ବେଳେ ବର୍ତ୍ତମାନ ଅମିତ ମିଶ୍ରା ଗିଲଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ପ୍ରଶଂସକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe