ଅମିତ‌ ପଙ୍ଗଲ ବିଶ୍ବର ଏକ ନମ୍ବର ମୁଷ୍ଟିଯୋଦ୍ଧା

Advertisment
ଅମିତ‌ ପଙ୍ଗଲ ବିଶ୍ବର ଏକ ନମ୍ବର ମୁଷ୍ଟିଯୋଦ୍ଧା

The Statesman

ନୂଆଦିଲ୍ଲୀ: ପାଖାପାଖି ଦୁଇ ବର୍ଷ ପରେ ପ୍ରକାଶିତ ଅନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ସଂଘ ମାନ୍ୟତା ତାଲିକାରେ ଭାରତୀୟ ତାରକା ଅମିତ‌ ପଙ୍ଗଲ୍‌ ବିଶ୍ବର ଏକ ନମ୍ବର ସ୍ଥାନ ଦଖଲ କରିଛନ୍ତି। ଏସୀୟ ବିଜେତା ତଥା ବିଶ୍ବ ମୁଷ୍ଟିଯୁଦ୍ଧ ରୌପ୍ୟ ପଦକ ବିଜେତା ଅମିତ୍‌ ୫୨ କିଲୋଗ୍ରାମ ବର୍ଗରେ ଏକ ନମ୍ବର ହେବା ଦିଗରେ ଅଲିମ୍ପିକ୍ ତଥା ବିଶ୍ବ ସ୍ବର୍ଣ୍ଣ ପଦକ ବିଜେତା ଉଜବେକିସ୍ତାନର‌ ଜୋଇରୋଭ ସାଖୋବିଦିନ୍‌ଙ୍କୁ ପଛରେ ପକାଇ ଦେଇଛନନ୍ତି। ଅମିତ ୧୩୦୦,‌ ଜୋଇରୋଭ୍‌ ୧୨୦୦ ଏବଂ ବୁଲଗେରିଆର ଆସେନଭ ପାନେଭ ୧୦୦୦ ପଏଣ୍ଟ ସହ ଶୀର୍ଷ ୩ ସ୍ଥାନରେ ରହିଥିଲେ। ଶେଷ ଥର ପାଇଁ ୨୦୧୯ ଜାନୁଆରି ମାସରେ ଅନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ସଂଘର ମାନ୍ୟତା ପ୍ରକାଶ ପାଇଥିଲା, ତା ପୁଣି କେବଳ ମହିଳାଙ୍କ ପାଇଁ। ସେତେବେଳେ ୬ ଥର ବିଶ୍ବ ବିଜୟିନୀ ଏମ୍‌ସି ମେରିକମ୍‌ ୪୮ କିଲୋଗ୍ରାମ ବର୍ଗରେ ଶୀର୍ଷରେ ରହିଥିଲେ। ସଦ୍ୟତମ ତାଲିକାରେ ମେରିକମ୍‌ ୧୫୫୦ ପଏଣ୍ଟ ସହ ୫୧ କିଲୋଗ୍ରାମରେ ତୃତୀୟରେ ରହିଛନ୍ତି। ଅନ୍ୟ ପ୍ରମୁଖ ମାନ୍ୟତାପ୍ରାପ୍ତ ଭାରତୀୟଙ୍କ ମଧ୍ୟରେ ପୁରୁଷ ବର୍ଗରେ କବିନ୍ଦର ବିଷ୍ଟ୍ (୫୬ କିଲୋଗ୍ରାମରେ ଚତୁର୍ଥ) ରହିଛନ୍ତି। ମହିଳାରେ ମଞ୍ଜୁରାଣୀ (୪୮କିଲୋଗ୍ରାମରେ ଦ୍ବିତୀୟ), ମେରିକମ୍‌ (୫୧ କିଲୋଗ୍ରାମରେ ତୃତୀୟ), ସୋନିଆ ଲାଥର (୫୭ କିଲୋଗ୍ରାମରେ ଚତୁର୍ଥ), ଲଭଲିନା ବୋର୍ଗୋହାଇଁ (୬୯ କିଲୋଗ୍ରାମରେ ତୃତୀୟ) ପ୍ରଭାବୀ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe