ଏଫ୍‌ଆଇଏଚ୍ ପ୍ରୋ ହକି ଲିଗ୍ ଭାରତୀୟ ଦଳରେ ଅମିତ, ଶିଳାନନ୍ଦ

ଏଫ୍‌ଆଇଏଚ୍ ପ୍ରୋ ହକି ଲିଗ୍ ଭାରତୀୟ ଦଳରେ ଅମିତ, ଶିଳାନନ୍ଦ

ଭୁବନେଶ୍ବର: ଫେବ୍ରୁଆରି ୮ରୁ ୧୩ ମଧ୍ୟରେ ଦକ୍ଷିଣ ଆଫ୍ରିକା ଏବଂ ଫ୍ରାନ୍ସ ବିପକ୍ଷରେ ଖେଳାଯିବାକୁ ଥିବା ଏଫଆଇଏଚ୍ ପ୍ରୋ ଲିଗ୍ ହକି ପ୍ରତିଯୋଗିତା ପାଇଁ ଗୁରୁବାର ୨୦ ଜଣିଆ ଭାରତୀୟ ଦଳ ଦଳ ଘୋଷିତ ହୋଇଛି। ଏହି ଦଳରେ ଓଡ଼ିଶାର ଦୁଇ ଜଣ ଖେଳାଳି ରକ୍ଷଣଭାଗ ତାରକା ତଥା ଟୋକିଓ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜେତା ଅମିତ ରୋହିଦାସ ଏବଂ ଯୁବ ଅଗ୍ରଭାଗ ଖେଳାଳି ଶିଳାନନ୍ଦ ଲାକ୍ରା ସ୍ଥାନ ପାଇଛନ୍ତି। ଏଥିଲାଗି ଓଡ଼ିଶା ହକିରେ ଖୁସିର ଲହରି ଖେଳିଯାଇଛି। ମନପ୍ରୀତ ସିଂହ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲା ବେଳେ ହର୍ମନପ୍ରୀତ ଉପଅଧିନାୟକ ପଦ ପାଇଛନ୍ତି। ହକି ଇଣ୍ଡିଆ ବରିଷ୍ଠ ପୁରୁଷ ଅନ୍ତଃବିଭାଗୀୟ ହକିରେ ପ୍ରଭାବଶାଳୀ ପ୍ରଦର୍ଶନ କରିବା ପରେ ପଞ୍ଜାବର ଅଟାରି ବାସିନ୍ଦା ତଥା ଯୁବ ଡ୍ରାଗଫ୍ଲିକର ଯୁଗରାଜ ସିଂହ ପ୍ରଥମ ଥର ଜାତୀୟ ଦଳରେ ସ୍ଥାନ ପାଇଛନ୍ତି। ଯୁଗରାଜ ମଧ୍ୟଭାଗ ସହ ଅଗ୍ରଭାଗରେ ଖେଳିବାର ଦକ୍ଷତା ବି ରଖନ୍ତି। ସେହିଭଳି ୨୦୧୭ ଓ ୨୦୧୮ ମସିହାରେ ଭାରତୀୟ କନିଷ୍ଠ ଦଳର ସଦସ୍ୟ ଭାବେ ସୁଲତାନ ‌ଜୋହର କପ୍ ଖେଳିଥିବା ହରିୟାଣାର ଅଗ୍ରଭାଗ ଖେଳାଳି ଅଭିଷେକ ମଧ୍ୟ ଜାତୀୟ ଦଳକୁ ପ୍ରଥମ ଥର ଡାକରା ପାଇଛନ୍ତି। ଏହି ଦଳରେ ଟୋକିଓ ଅଲିମ୍ପିକ୍ସ ଖେଳିଥିବା ୧୪ ଜଣ ଖେଳାଳି ଅଛନ୍ତି। ବେଙ୍ଗାଲୁରୁଠାରେ ୩ ସପ୍ତାହ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବା ପରେ ହିଁ ଭାରତୀୟ ଦଳ ବଛାଯାଇଥିବା ହକି ଇଣ୍ଡିଆ କହିଛି। ଭାରତୀୟ ଦଳ ଫେବ୍ରୁଆରି ୪ ତାରିଖରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଭାରତ ଫେବ୍ରୁଆରି ୮ରେ ଫ୍ରାନ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବାର ପରଦିନ ଘରୋଇ ଦକ୍ଷିଣ ଆଫ୍ରିକାର ମୁକାବିଲା କରିବ। ଫେବ୍ରୁଆରି ୧୨ରେ ଦ୍ବିତୀୟ ବାର ଫ୍ରାନ୍ସକୁ ଭେଟିବା ପରେ ୧୩ରେ ପୁଣି ଥରେ ଦକ୍ଷିଣ ଆଫ୍ରିକାର ମୁକାବିଲା କରିବ। ଏହି ମ୍ୟାଚ୍‌ଗୁଡ଼ିକ ଦକ୍ଷିଣ ଆଫ୍ରିକାର ପୋଚେଫଷ୍ଟ୍ରମ୍‌ଠାରେ ଖେଳାଯିବ।

ଭାରତୀୟ ଦଳ: ଗୋଲ୍‌ରକ୍ଷକ-ପିଆର ଶ୍ରୀଜେଶ, କିଶନ ବାହାଦୁର ପାଠକ। ରକ୍ଷଣଭାଗ-ହର୍ମନପ୍ରୀତ ସିଂହ (ଉପଅଧିନାୟକ), ଅମିତ ରୋହିଦାସ, ସୁରେନ୍ଦର କୁମାର, ବରୁଣ କୁମାର, ଯୁଗରାଜ ସିଂହ। ମଧ୍ୟଭାଗ: ମନପ୍ରୀତ ସିଂହ (ଅଧିନାୟକ), ନୀଳକାନ୍ତ ଶର୍ମା, ହାର୍ଦିକ ସିଂହ, ଯଶକରଣ ସିଂହ, ସମଶେର ସିଂହ, ବିବେକ ସାଗର ପ୍ରସାଦ। ଅଗ୍ରଭାଗ-ମନଦୀପ ସିଂହ, ଲଲିତ କୁମାର ଉପାଧ୍ୟାୟ, ଆକାଶଦୀପ ସିଂହ, ଶିଳ‌ାନନ୍ଦ ଲାକ୍ରା, ଦିଲପ୍ରୀତ ସିଂହ, ଅଭିଷେକ। ଷ୍ଟାଣ୍ଡବାଏ: ସୁରଜ କର୍କେରା, ମନଦୀପ ମୋର, ରାଜ କୁମାର ପାଲ, ଗୁରଶିବଜିତ ସିଂହ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe