ବେଲଜିୟମ୍ ଓ ନେଦରଲାଣ୍ଡ୍ସ ବିପକ୍ଷ ପ୍ରୋ ଲିଗ୍ ମ୍ୟାଚ୍ ଲାଗି ୨୦ ଜଣିଆ ଭାରତୀୟ ଦଳ: ଅମିତ ପୁଣି ଅଧିନାୟକ, ଶିଳାନନ୍ଦ ସମ୍ଭାଳିବେ ଅଗ୍ରଭାଗ

Advertisment
ବେଲଜିୟମ୍ ଓ ନେଦରଲାଣ୍ଡ୍ସ ବିପକ୍ଷ ପ୍ରୋ ଲିଗ୍ ମ୍ୟାଚ୍ ଲାଗି ୨୦ ଜଣିଆ ଭାରତୀୟ ଦଳ: ଅମିତ ପୁଣି ଅଧିନାୟକ, ଶିଳାନନ୍ଦ ସମ୍ଭାଳିବେ ଅଗ୍ରଭାଗ

ଭୁବନେଶ୍ବର: ଜୁନ୍ ୧୨ ଓ ୧୨ରେ ବେଲଜିୟମ୍ ଏବଂ ଜୁନ୍ ୧୮ ଓ ୧୯ରେ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବାକୁ ଥିବା ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ଲାଗି ହକି ଇଣ୍ଡିଆ ଗୁରୁବାର ୨୦ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଓଡ଼ିଆ ତାରକା ଅମିତ ରୋହିଦାସଙ୍କୁ ପୁଣି ଥରେ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିଲା ବେଳେ ୬ ଜଣ ଖେଳାଳି ଥିବା ଦକ୍ଷ ଅଗ୍ରଭାଗରେ ଅନ୍ୟତମ ଓଡ଼ିଆ ଖେଳାଳି ଶିଳାନନ୍ଦ ଲାକ୍ରା ସ୍ଥାନ ପାଇଛନ୍ତି। ହର୍ମନପ୍ରୀତ ସିଂହ ଉପଅଧିନାୟକ ପଦରେ ରହିଛନ୍ତି। ବେଲିଜୟମ ବିପକ୍ଷ ଦୁଇଟି ଯାକ ମ୍ୟାଚ୍ ଅ‌ନ୍ତ୍ବର୍ପଠାରେ ଖେଳିବ ଭାରତ। ସେହିଭଳି ନେଦରଲାଣ୍ଡ ବିପକ୍ଷ ଉଭୟ ମୁକାବିଲା ରୋଟରଡାମ୍‌ରେ ଆୟୋ‌ଜିତ ହେବ। ଜାତୀୟ ସମ୍ଭାବ୍ୟ ଦଳର ବେଙ୍ଗାଲୁରୁ ସାଇକେନ୍ଦ୍ରଠାରେ ଆୟୋଜିତ ପ୍ରଶିକ୍ଷଣ ଶିବିର ପ୍ରଦର୍ଶନ ଆଧାରରେ ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳରେ ଉଭୟ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ସୁଯୋଗ ଦିଆଯାଇଥିବା ପ୍ରଶିକ୍ଷକ ଗ୍ରାହାମ ରିଡ୍ କହିଛନ୍ତି।

ସୂଚନାଯୋଗ୍ୟ ଯେ ଭାରତ ସଂପ୍ରତି ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌ ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନରେ ରହିଛି। ଭାରତୀୟ ଦଳ: ସୁରଜ କେର୍କେରା, ପିଆର ଶ୍ରୀଜେଶ (ଗୋଲ୍‌ରକ୍ଷକ), ସୁରିନ୍ଦର କୁମାର, ହର୍ମନପ୍ରୀତ ସିଂହ (ଉପଅଧିନାୟକ), ବରୁଣ କୁମାର, ଅମିତ ରୋହିଦାସ, ଯୁଗରାଜ ସିଂହ, ଜର୍ମନପ୍ରୀତ ସିଂହ (ରକ୍ଷଣଭାଗ), ମନପ୍ରୀତ ସିଂହ, ହାର୍ଦିକ ସିଂହ, ସମସେର ସିଂହ, ବିବେକ ସାଗର ପ୍ରସାଦ, ଆକାଶଦୀପ ସିଂହ, ନୀଳକାନ୍ତ ଶର୍ମା (ମଧ୍ୟଭାଗ), ଗୁରଜାନ୍ତ ସିଂହ, ମନଦୀପ ସିଂହ, ଶିଳାନନ୍ଦ ଲାକ୍ରା, ସୁଖଜିତ ସିଂହ, ଲଳିତ କୁମାର ଉପାଧ୍ୟାୟ, ଅଭିଷେକ (ଅଗ୍ରଭାଗ)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe