ବିଶ୍ୱକପ୍‌: ଅମିତାଭ ବଚ୍ଚନ ନ୍ୟୁଜିଲ୍ୟାଣ୍ଡର ପରାଜୟକୁ ନେଇ ଆଇସିସିର ନିୟମର ଏପରି ଉଡାଇଲେ ମଜାକ୍‌, କହିଲେ-ପ୍ରଣାମ ଗୁରୁଦେବ

ବିଶ୍ୱକପ୍‌: ଅମିତାଭ ବଚ୍ଚନ ନ୍ୟୁଜିଲ୍ୟାଣ୍ଡର ପରାଜୟକୁ ନେଇ ଆଇସିସିର ନିୟମର ଏପରି ଉଡାଇଲେ ମଜାକ୍‌, କହିଲେ-ପ୍ରଣାମ ଗୁରୁଦେବ

ମୁମ୍ବାଇ: ଲର୍ଡସରେ ଅନୁଷ୍ଠିତ ବିଶ୍ୱକପ୍‌ କ୍ରିକେଟ ଫାଇନାଲ୍‌ ଯେତେ ରୋମାଞ୍ଚକର ଥିଲା ସେତିକି ବିବାଦୀୟ ହୋଇପଡ଼ିଛି। ମ୍ୟାଚ ଓ ସୁପର ଓଭର ଟାଇ ରହିବାରୁ ସର୍ବାଧିକ ବାଉଣ୍ଡରି ବ୍ୟବଧାନରେ ଇଂଲଣ୍ଡ ନିଜ ୪୪ବର୍ଷ ଅଧୁରା ସ୍ୱପ୍ନକୁ ସାକାର କରି ପାରିଛି। କିନ୍ତୁ ଫାଇନାଲ୍‌ ମ୍ୟାଚର ଫଳାଫଳକୁ ନେଇ ବାରମ୍ବାର ପ୍ରଶ୍ନବାଚୀ ଛିଡା ହେଉଛି। ଏହି ଖେଳକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିବା ମଧ୍ୟରେ ପୂର୍ବତନ କ୍ରିକେଟର ଓ ବର୍ତ୍ତମାନର କ୍ରିକେଟର, ସେଲିବ୍ରିଟି ଓ ସାଧାରଣ ପ୍ରଶଂସକ ପର୍ଯ୍ୟନ୍ତ ସାମିଲ ଅଛନ୍ତି।

publive-image

ବଲିଉଡ ମହାନାୟକ ଅମିତାଭ ବଚ୍ଚନ ବି ଆଇସିସିର ଏହି ନିୟମକୁ ନେଇ ଖପ୍ପା ଅଛନ୍ତି। ସେ ଆଇସିସିର ଏହି ନିୟମକୁ ଅଜବ କହିବା ସହିତ ଏହାର ମଜାକ ଉଡାଇଛନ୍ତି। ଅମିତାଭ ବଚ୍ଚନ ଟୁଇଟ କରି ଲେଖିଛନ୍ତି, ‘ଆପଣଙ୍କ ପାଖରେ ୨୦୦୦ ଟଙ୍କା ଓ ମୋ ପାଖରେ ବି ୨୦୦୦ଟଙ୍କାର ଏକ ନୋଟ, ମୋ ପାଖରେ ୫୦୦ଟଙ୍କାର ୪ଟା ନୋଟ.......କିଏ ଅଧିକ ଧନୀ??/ ଆଇସିସି-ଯାହା ପାଖରେ ୫୦୦ଟଙ୍କାର ୪ଟି ନୋଟ ସେ ଅଧିକ ଧନୀ। ପ୍ରଣାମ ଗୁରୁଦେବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe