ଅମୋଲ ମଜୁମଦାର ଭାରତୀୟ ମହିଳା ଦଳ ପ୍ରଶିକ୍ଷକ

Advertisment
ଅମୋଲ ମଜୁମଦାର ଭାରତୀୟ ମହିଳା ଦଳ ପ୍ରଶିକ୍ଷକ

ମୁମ୍ବାଇ: ପୂର୍ବତନ କ୍ରିକେଟର୍‌ ଅମୋଲ ମଜୁମଦାରଙ୍କୁ ଭାରତୀୟ ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଦୁଇ ବର୍ଷ ପାଇଁ ସେ ଦଳର ପ୍ରଶିକ୍ଷକ ରହିବା ସହ ଦୁଇଟି ବିଶ୍ବକପ୍‌ ପାଇଁ ସେ ଦଳକୁ ପ୍ରସ୍ତୁତ କରିବେ। ମଜୁମଦାର ଘରୋଇ କ୍ରିକେଟ୍‌ରେ ବେଶ୍‌ ପରିଚିତ ନାଁ। ୨୧ ବର୍ଷର ଖେଳ ଜୀବନ ମଧ୍ୟରେ ୧୭୧ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୩୦ ଶତକ ସହ ୧୧ ହଜାରରୁ ଊର୍ଧ୍ବ ରନ୍ ସଂଗ୍ରହ କରିଛନ୍ତି। ଏଥିସହିତ ୧୦୦ରୁ ଅଧିକ ଲିଷ୍ଟ ଏ’ ଏବଂ ୧୪ ଟ୍ବେଣ୍ଟି-୨୦ ମ୍ୟାଚ୍‌ ସେ ଖେଳିଛନ୍ତି।

ପୂର୍ବରୁ ପ୍ରଶିକ୍ଷକ ରମେଶ ପାୱାର ବେଙ୍ଗାଲୁରୁ ଏନ୍‌ସିଏକୁ ସ୍ପିନ୍‌ ବୋଲିଂ ପରାମର୍ଶଦାତା ଭାବେ ବଦଳି ହେବାରୁ ମୁଖ୍ୟ ପ୍ରଶିକ୍ଷକ ସ୍ଥାନ ଖାଲି ପଡ଼ିଥିଲା। ତେଣୁ ହୃଷିକେଶ କାନିତକରଙ୍କୁ ଅନ୍ତରୀଣ ଦାୟିତ୍ବ ଦିଆଯାଇଥିଲା। ଏବେ କାନିତକରଙ୍କୁ ଏନ୍‌ସିଏକୁ ଫେରାଇ ନିଆଯିବା ନେଇ ଆଲୋଚନା ହେଉଛି। ୧୯ ବର୍ଷରୁ କମ୍‌ ଭାରତୀୟ ବାଳକ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଦଳକୁ ଏଥିପାଇଁ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ଦାୟିତ୍ବ ମିଳିପାରେ। ଆସନ୍ତା ବର୍ଷ ଶ୍ରୀଲଙ୍କାରେ କନିଷ୍ଠ ବିଶ୍ବକପ୍‌ ମଧ୍ୟ ଆୟୋଜିତ ହେଉଛି। ମଜୁମଦାରଙ୍କୁ ମିଳିଥିବା ଏହି ନୂଆ ଦାୟିତ୍ବ ପାଇଁ ବିସିସିଆଇ ସଭାପତି‌ ରୋଜର ବିନ୍ନି ଓ ସମ୍ପାଦକ ଜୟ ଶାହ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe