ଜଣେ ଭାରତୀୟଙ୍କ ଦରମା ୩୨ ପାକ୍‌ ଖେଳାଳିଙ୍କ ସହ ସମାନ

Advertisment
ଜଣେ ଭାରତୀୟଙ୍କ ଦରମା ୩୨ ପାକ୍‌ ଖେଳାଳିଙ୍କ ସହ ସମାନ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ୍‌ରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଦଳର ଅବସ୍ଥା ଖରାପ ହୋଇଯାଇଛି। ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଦରମା ପାକିସ୍ତାନ ଦଳର ୩୨ ଜଣ ଖେଳାଳିଙ୍କ ମୋଟ ଦରମା ସହ ପ୍ରାୟ ସମାନ। ଉଭୟ ଦଳ ଖେଳାଳିଙ୍କ ପ୍ରଦର୍ଶନ ଅନୁସାରେ ଗ୍ରେଡେସେନ୍‌ କରିଛନ୍ତି। ଭାରତର ଏ ଗ୍ରେଡ୍‌ ଖେଳାଳିଙ୍କ ଦରମା ‌ଯାହା ପାକିସ୍ତାନରୁ ସବୁଗ୍ରେଡ୍‌ (ଏ, ବି, ସି, ଡି, ଇ)ର ମୋଟ ଦରମା ସହ ପ୍ରାୟ ସମାନ ରହିଛି। ବିସିସିଆଇ ଏ ଗ୍ରେଡ୍‌ ଖେଳାଳିଙ୍କୁ ବର୍ଷକୁ ୭ କୋଟି ଦେଉଥିଲା ବେଳେ ପିସିବି ସବୁଗ୍ରେଡ୍‌ର ମୋଟ ୩୨ ଖେଳାଳିଙ୍କୁ ମୋଟ ୭ କୋଟି ୫୩ ଲକ୍ଷ ପ୍ରଦାନ କରୁଛି। ପାକିସ୍ତାନରେ ଏ ଗ୍ରେଡ୍‌ ଲାଗି ୬ ଖେଳାଳିଙ୍କୁ ୪୮ ଲକ୍ଷ ଟଙ୍କା ଲେଖାଏ, ବି’ର ୬ ଜଣଙ୍କୁ ୩୦ ଲକ୍ଷ ଲେଖାଏ, ସି’ର ୯ ଜଣଙ୍କୁ ୨୧ ଲକ୍ଷ ଲେଖାଏ, ଡି’ର ୫ ଜଣଙ୍କୁ ୧୨ ଲକ୍ଷ ଲେଖାଏ ଏବଂ ଇ’ର ୬ ଜଣଙ୍କୁ ୬ ଲକ୍ଷ ଲେଖାଏ ବାର୍ଷିକ ଦରମା ମିଳିଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe