Virat Kohli : ବିରାଟ କୋହଲି ଟେଷ୍ଟକୁ ଫେରିଆସ ! ସିଦ୍ଧୁଙ୍କ ଭାଇରାଲ ଇନଷ୍ଟା ପୋଷ୍ଟ

Advertisment

ପୂର୍ବତନ କ୍ରିକେଟର ତଥା ଭାଷ୍ୟକାର ନବଜ୍ୟୋତ ସିଂ ସିଦ୍ଧୁଙ୍କ ଏକ ଇନଷ୍ଟା ପୋଷ୍ଟ ଭାଇରାଲ ହୋଇଛି । ଏହି ପୋଷ୍ଟକୁ ପଢି ବିରାଟଙ୍କ ପ୍ରସଂଶକମାନେ ବି ଭାବପ୍ରବଣ ହୋଇଯାଇଛନ୍ତି ।

ପୂର୍ବତନ କ୍ରିକେଟର ତଥା ଭାଷ୍ୟକାର ନବଜ୍ୟୋତ ସିଂ ସିଦ୍ଧୁଙ୍କ ଏକ ଇନଷ୍ଟା ପୋଷ୍ଟ ଭାଇରାଲ ହୋଇଛି । ଏହି ପୋଷ୍ଟକୁ ପଢି ବିରାଟଙ୍କ ପ୍ରସଂଶକମାନେ ବି ଭାବପ୍ରବଣ ହୋଇଯାଇଛନ୍ତି ।

kohli

Virat Kohli and Navjot Siddhu

ମୁମ୍ବାଇ : ପୂର୍ବତନ କ୍ରିକେଟର ତଥା ଭାଷ୍ୟକାର ନବଜ୍ୟୋତ ସିଂ ସିଦ୍ଧୁଙ୍କ ଏକ ଇନଷ୍ଟା ପୋଷ୍ଟ ଭାଇରାଲ ହୋଇଛି । ଏହି ପୋଷ୍ଟକୁ ପଢି ବିରାଟଙ୍କ ପ୍ରସଂଶକମାନେ ବି ଭାବପ୍ରବଣ ହୋଇଯାଇଛନ୍ତି ।  ନିଜ ପୋଷ୍ଟରେ ସିଦ୍ଧୁ ଲେଖିଛନ୍ତି “ଯଦି ଇଶ୍ବର ତାଙ୍କର ଗୋଟିଏ ପ୍ରାର୍ଥନାକୁ ଶୁଣନ୍ତି, ତେବେ ସେ ଗୋଟିଏ କଥା ମାଗିବେ, ତାହା ହେଉଛି ବିରାଟ କୋହଲି ଅବସରରୁ ଫେରି ଟେଷ୍ଟମ୍ୟାଚ ଖେଳନ୍ତୁ।  ଏକ ୧୫୦ କୋଟି ଜନତା ବିଶିଷ୍ଟ ଦେଶ ପାଇଁ ଏହାଠାରୁ ବଳି କୌଣସି ଖୁସି ମିଳିପାରିବ ନାହିଁ। ତାଙ୍କର ଫିଟନେସ ଏବେ ଜଣେ ୨୦ ବର୍ଷିଆ ଯୁବକ ପରି ରହିଛି, ସେ ଜଣେ ୨୪ କ୍ୟାରେଟ୍ ସୁନା ।“  ସିଦ୍ଧୁଙ୍କ ଏହି ପୋଷ୍ଟକୁ ପ୍ରସଂଶକମାନେ ବେଶ ସମର୍ଥନ କରୁଥିବା ଦେଖାଯାଉଛି । ସେମାନେ ମଧ୍ୟ କୋହଲି ଫେରିଆସନ୍ତୁ ବୋଲି କମେଣ୍ଟ ଲେଖୁଛନ୍ତି ।

ଆହୁରି ପଢନ୍ତୁ : Sports : ଜାତୀୟ ବ୍ୟାଡ୍‌ମିଣ୍ଟନ୍‌: ତନ୍‌ଭୀ ଉପବିଜେତା

୩୭ ବର୍ଷୀୟ କୋହଲି ଏହି ବର୍ଷ ଆରମ୍ଭରେ ଟେଷ୍ଟ କ୍ରିକେଟରୁ ହଠାତ୍ ଅବସର ନେଇଥିଲେ ।  ଇଂଲଣ୍ଡ ବିପକ୍ଷ ସିରିଜ୍ ପାଇଁ ଦଳ ଘୋଷଣା ହେବା ପୂର୍ବରୁ ସେ ଏହି ନିଷ୍ପତ୍ତି ନେଇଥିଲେ । ଏହା ପୂର୍ବରୁ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫି ତାଙ୍କର ଶେଷ ସିରିଜ ଥିଲା । ପର୍ଥରେ ଖେଳାଯାଇଥିବା ଏହି ସିରିଜର ପ୍ରଥମ ମ୍ୟାଚରେ ସେ ଶତକ ଅର୍ଜନ କରିଥିଲେ ବି ପରବର୍ତ୍ତି ମ୍ୟାଚ ଗୁଡ଼ିକରେ ସେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । କିନ୍ତୁ ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ କୋହଲି ଦମଦାର ପ୍ରଦର୍ଶନ କରିଥିଲେ । ପ୍ରଥମ ଦୁଇଟି ଦିନିକିଆରେ ସେ ଶତକ ଅର୍ଜନ କରିଥିବାବେଳେ ୩ୟ ଦିନିକିଆରେ ସେ ଅର୍ଦ୍ଧଶତକ ଅର୍ଜନ କରିଥିଲେ । 

ଆହୁରି ପଢନ୍ତୁ : Honouring Freedom Fighter Parbati Giri: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe