ବିଶ୍ବ ଯୁବ ଟିଟିରେ ଚମକିଲେ ଓଡ଼ିଆ ପୁଅ ସାର୍ଥକ

Advertisment

ସାଉଦି ଆରବରେ ଶୁକ୍ରବାର ଶେଷ ହୋଇଥିବା ବିଶ୍ବ ଟେବୁଲ ଟେନିସ ୟୁଥ କଣ୍ଟେଣ୍ଡର ଦମମ୍‌-୨୦୨୪ରେ ଚମକିଛନ୍ତି ଓଡିଆ ପୁଅ ସାର୍ଥକ ଆର୍ଯ୍ୟ। ୧୫ ବର୍ଷରୁ କମ୍‌ ବାଳକ ଏକକ ଓ ମିଶ୍ରିତ ବର୍ଗରେ ସାର୍ଥକ ବିଜେତା ହୋଇ ଦ୍ବିମୁକୁଟ ଅର୍ଜନ କରିଛନ୍ତି।

ସାଉଦି ଆରବରେ ଶୁକ୍ରବାର ଶେଷ ହୋଇଥିବା ବିଶ୍ବ ଟେବୁଲ ଟେନିସ ୟୁଥ କଣ୍ଟେଣ୍ଡର ଦମମ୍‌-୨୦୨୪ରେ ଚମକିଛନ୍ତି ଓଡିଆ ପୁଅ ସାର୍ଥକ ଆର୍ଯ୍ୟ। ୧୫ ବର୍ଷରୁ କମ୍‌ ବାଳକ ଏକକ ଓ ମିଶ୍ରିତ ବର୍ଗରେ ସାର୍ଥକ ବିଜେତା ହୋଇ ଦ୍ବିମୁକୁଟ ଅର୍ଜନ କରିଛନ୍ତି।

gjhhkhhfhkfhkh

ନୂଆଦିଲ୍ଲୀ: ସାଉଦି ଆରବରେ ଶୁକ୍ରବାର ଶେଷ ହୋଇଥିବା ବିଶ୍ବ ଟେବୁଲ ଟେନିସ ୟୁଥ କଣ୍ଟେଣ୍ଡର ଦମମ୍‌-୨୦୨୪ରେ ଚମକିଛନ୍ତି ଓଡିଆ ପୁଅ ସାର୍ଥକ ଆର୍ଯ୍ୟ। ୧୫ ବର୍ଷରୁ କମ୍‌ ବାଳକ ଏକକ ଓ ମିଶ୍ରିତ ବର୍ଗରେ ସାର୍ଥକ ବିଜେତା ହୋଇ ଦ୍ବିମୁକୁଟ ଅର୍ଜନ କରିଛନ୍ତି। ବାଳକ ଏକକରେ କତର, ଇଜିପ୍ଟ ଓ ତାଇୱାନର ପ୍ରତିଦ୍ବନ୍ଦ୍ବୀଙ୍କୁ ପରାସ୍ତ କରି ସାର୍ଥକ ଫାଇନାଲରେ ଚାଇନିଜ୍‌ ତାଇପେର ପ୍ରତିଦ୍ବନ୍ଦୀଙ୍କୁ ୩-୧ ବ୍ୟବଧାନରେ ପରାସ୍ତ କରି ବିଜେତା ହୋଇଥିଲେ। ସେହିଭଳି ୧୫ ବର୍ଷରୁ କମ୍‌ ମିଶ୍ରିତ ଯୁଗଳରେ ମହାରାଷ୍ଟ୍ରର କାବ୍ୟାଙ୍କୁ ସାଥୀ କରି ସାର୍ଥକ ଉଜବେକିସ୍ଥାନ, ସାଉଦି ଆରବ, ୟୁଏଇ ଓ ଚାଇନିଜ୍‌ ତାଇପେର ପ୍ରତିଦ୍ବନ୍ଦୀଙ୍କ ସହ ମୁକାବିଲା ପରେ ଫାଇନାଲ୍‌ରେ ପହଞ୍ଚିଥିଲେ। ଫାଇନାଲରେ ସାର୍ଥକ ଓ କାବ୍ୟା ଅନ୍ୟତମ ଭାରତୀୟ ଯୋଡ଼ିଙ୍କୁ ହରାଇ ବିଜେତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଗୁରତ୍ବପୂର୍ଣ୍ଣ କଥା ହେଉଛି ୧୫ ବର୍ଷରୁ କମ୍‌ ବାଳକ ଏକକରେ ଏକମାତ୍ର ଭାରତୀୟ ଖେଳାଳି ଭାବେ ସାର୍ଥକ ବିଶ୍ବ ଯୁବ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଚଳିତ ବର୍ଷ ନଭେମ୍ବରରେ ସ୍ବିଡେନ୍‌ରେ ବିଶ୍ବ ଯୁବ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସାର୍ଥକଙ୍କ ଏହି ସଫଳତା ପାଇଁ ଓଡ଼ିଶା ରାଜ୍ୟ ଟେବୁଲ୍‌ ଟେନିସ୍‌ ସଂଘର ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। 

ସୁଚନାଯୋଗ୍ୟ, ବିଭିନ୍ନ ବିଶ୍ବସ୍ତରୀୟ ଓ ଜାତୀୟସ୍ତରୀୟ ଟିଟି ପ୍ରତିଯୋଗିତାରେ ଏକାଧିକ ପଦକ ଜିତିଥିବା ସାର୍ଥକ ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅର୍ନ୍ତଗତ ଗୁଣ୍ଠିଲୋ ଗରମା ଗ୍ରାମର ମୂଳ ବାସିନ୍ଦା। ବର୍ତ୍ତମାନ ହରିୟାଣାର ସୋନିପତସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ (ଡିପିଏସ୍‌)ରେ ଦଶମ  ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ନଭେମ୍ବରରେ ସ୍ବିଡେନ୍‌ରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବ ଯୁବ ପ୍ରତିଯୋଗିତାରେ ସାର୍ଥକ ନିଜ ସର୍ବୋତ୍ତମ ପ୍ରର୍ଦଶନ ପାଇଁ ଆଶାବାଦୀ ବୋଲି କହିଛନ୍ତି। ସେହିଭଳି ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିଣିବାକୁ ମଧ୍ୟ ସେ ଏବେଠାରୁ ଲକ୍ଷ୍ୟ ରଖିଛନ୍ତି। ଲକ୍ଷ୍ୟ ହାସଲ କରିବା ପାଇଁ ସାର୍ଥକ ହରିୟାଣାର ସୋନିପତସ୍ଥିତ ପିଏସ୍‌ପିବିରେ ପ୍ରଶିକ୍ଷଣ ନେବା ସହିତ ଦୈନିକ ୮ ଘଣ୍ଟାର ପରିଶ୍ରମ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe