ନୂଆଦିଲ୍ଲୀ: ଭାରତୀୟ ଗ୍ରାଣ୍ଡ୍ ମାଷ୍ଟର ବିଶ୍ୱନାଥନ୍ ଆନନ୍ଦ ନେଦରଲାଣ୍ଡ୍ର ଓ୍ଵିକ୍ ଆନ୍ ଜୀଠାରେ ଚାଲିଥିବା ଟାଟା ଷ୍ଟିଲ୍ ଚେସ୍ ପ୍ରତିଯୋଗିତାର ଦଶମ ପର୍ଯ୍ୟାୟ ଶେଷରେ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛନ୍ତିି। ଏହି ପର୍ଯାୟରେ ଆନନ୍ଦ ଇଂଲଣ୍ଡର ଗଓ୍ଵାନ୍ ଜୋନ୍ସଙ୍କୁ ପରାସ୍ତ କରି ଦେଇଛନ୍ତି। ଏହା ଆନନ୍ଦଙ୍କର ତୃତୀୟ ବିଜୟ ଥିଲା ବେଳେ ତାଙ୍କ ପଏଣ୍ଟ୍ ସଂଖ୍ୟା ୬ରେ ପହଞ୍ଚିଛି। ଆଉ ୩ ପର୍ଯ୍ୟାୟ ବାକି ଥିଲା ବେଳେ ଆନନ୍ଦ ହଲାଣ୍ଡ୍ର ଅନିଶ୍ ଗିରି, ନରେଓ୍ଵର ମାଗ୍ନସ୍ କାର୍ଲସେନ୍ ଓ ଆଜବୈଜାନ୍ର ସାଖ୍ରିୟର ମାମେଦ୍ୟାରୋଭ୍ (ସମସ୍ତେ ୭)ଙ୍କଠୁ ଗୋଟିଏ ପଏଣ୍ଟ୍ ପଛରେ ରହିଛନ୍ତି।
ଜୋନ୍ସଙ୍କୁ ହରାଇଲେ ଆନନ୍ଦ
Advertisment
Follow Us