ନରୱେ ଚେସ୍‌ରେ ଆନନ୍ଦ ତୃତୀୟ; କାର୍ଲସନ୍‌ ବିଜେତା

Advertisment

ପ୍ରଜ୍ଞାନନ୍ଦ ଜିତିଲେ ନରୱେ ଚେସ୍‌-ଏ ଓପନ୍‌

ପ୍ରଜ୍ଞାନନ୍ଦ ଜିତିଲେ ନରୱେ ଚେସ୍‌-ଏ ଓପନ୍‌

ନରୱେ ଚେସ୍‌ରେ ଆନନ୍ଦ ତୃତୀୟ; କାର୍ଲସନ୍‌ ବିଜେତା

Loksatta

ନୂଆଦିଲ୍ଲୀ: ନରୱେ ଗ୍ରାଣ୍ଡମାଷ୍ଟର ମାଗ୍‌ନେସ୍‌ କାର୍ଲସେନ୍‌ ଷ୍ଟାଭେଞ୍ଜରଠାରେ ଚାଲିଥିବା ନରୱେ ଚେସ୍‌ ପ୍ରତିଯୋଗିତାରେ ବିଜେତା ହୋଇଛନ୍ତି। ବିଶ୍ବ ମାନ୍ୟତାର ଏହି ଶୀର୍ଷ ତାରକା ନବମ ତଥା ଅନ୍ତିମ ରାଉଣ୍ଡରେ ବୁଲ୍‌ଗେରିଆର ଭାସେଲିନ୍‌ ଟୋପାଲୋଭ୍‌ଙ୍କଠୁ ୧.୫ ପଏଣ୍ଟ ଅକ୍ତିଆର କରି ପ୍ରଥମ ସ୍ଥାନ ବଜାୟ ରଖିଥିଲେ। ଏହି ମୁକାବିଲା ପ୍ରଥମେ ଅମୀମାଂସିତ ରହିବା ପରେ ଆର୍ମାଗେଡନ୍‌ ଜରିଆରେ ବିଜୟୀ ହୋଇଥିଲେ। ଫଳରେ ସର୍ବାଧିକ ୧୬.୫ ପଏଣ୍ଟ ପାଇ କାର୍ଲସେନ୍‌ ବିଜେତା ହୋଇଥିଲେ। ଭାରତୀୟ ଗ୍ରାଣ୍ଡ୍‌ ମାଷ୍ଟର ବିଶ୍ବନାଥନ୍‌ ଆନନ୍ଦ ତୃତୀୟ ସ୍ଥାନରେ ଅଭିଯାନ ଶେଷ କରିଥିଲେ। ସେ ଅନ୍ତିମ ରାଉଣ୍ଡରେ ନରୱେର ଆର୍ଯ୍ୟନ ତାରିଙ୍କୁ ଆର୍ମାଗେଡନ୍‌ ଜରିଆରେ ପରାସ୍ତ କରି ମୋଟ ୧୪.୫ ପଏଣ୍ଟରେ ରହିଥିଲା ବେଳେ ଆଜରବୈଜାନ୍‌ର ସାଖ୍ରିୟର ମାମେଦ୍ୟାରୋଭ୍‌ (୧୫.୫) ଏହି ରାଉଣ୍ଡରେ ଆଜରବୈଜାନ୍‌ର ତିମୁର ରାଜାବୋଭ୍‌ଙ୍କ ସହ ପଏଣ୍ଟ ବାଣ୍ଟି ଦ୍ବିତୀୟ ସ୍ଥାନ ପାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫ୍ରାନ୍‌ସର ମାକ୍ସିମେ ଭାଚିଅର ଲାଗ୍ରାଭେ (୧୪), ଆମେରିକାର ୱେସ୍‌ଲି ସୋ (୧୨.୫), ନେଦରଲାଣ୍ଡ୍‌ସର ଅନିଶ ଗିରି (୧୨), ବୁଲ୍‌ଗେରିଆର ଭାସେଲିନ୍‌ ଟୋପାଲୋଭ୍‌ ଓ ତାରି (୯.୫ ଲେଖାଏଁ), ରାଜାବୋଭ୍‌ (୮) ଏବଂ ଚୀନ୍‌ର ୱାଙ୍ଗ୍‌ ହୋ (୭.୫) ଯଥାକ୍ରମେ ଚତୁର୍ଥରୁ ଦଶମ ସ୍ଥାନରେ ଅଭିଯାନ ଶେଷ କରିଥିଲେ।

ପ୍ରଜ୍ଞାନନ୍ଦ ଜିତିଲେ ନରୱେ ଚେସ୍‌-ଏ ଓପନ୍‌

ଭାରତୀୟ ଯୁବ ଗ୍ରାଣ୍ଡମାଷ୍ଟର ଆର୍‌ ପ୍ରଜ୍ଞାନନ୍ଦ ଷ୍ଟାଭେଞ୍ଜରଠାରେ ଚାଲିଥିବା ନରୱେ ଚେସ୍‌ ‘ଏ’ ଓପନ୍‌ ପ୍ରତିଯୋଗିତା ଜିତି ନେଇଛନ୍ତି। ମୋଟ ୯ ରାଉଣ୍ଡରୁ ସର୍ବାଧିକ ୭.୫ ପଏଣ୍ଟ ହାସଲ କରି ସେ ବିଜେତା ହୋଇଛନ୍ତି। ଏହି ୧୬ ବର୍ଷ ବୟସ୍କ ଶୀର୍ଷ ମାନ୍ୟତାପ୍ରାପ୍ତ ପ୍ରଜ୍ଞାନନ୍ଦ (୨୬୪୨ ଏଲୋ) ୯ ରାଉଣ୍ଡ ସୁଦ୍ଧା ଅପରାଜେୟ ରହିଥିଲେ। ଶେଷ ରାଉଣ୍ଡରେ ନିଜ ଦେଶର ଆନ୍ତର୍ଜାତିକ ମାଷ୍ଟର ଭି ପ୍ରଣୀତଙ୍କୁ ପରାସ୍ତ କରି ଅଭିଯାନ ଶେଷ କରିଥିଲେ। ଏହା ପୂର୍ବରୁ ସେ ଭିକ୍ଟର ମିଖାଲେଭ୍‌ସ୍କି (ଅଷ୍ଟମ ରାଉଣ୍ଡ), ଭିଟାଲି କୁନିନ (ଷଷ୍ଠ ରାଉଣ୍ଡ), ମୁଖାମାଜୋଖିଦ୍‌ ସୁୟାରୋଭ୍‌ (ଚତୁର୍ଥ ରାଉଣ୍ଡ), ସେମେନ ମୁସୁସୋଭ୍‌ (ଦ୍ବିତୀୟ ରାଉଣ୍ଡ) ଏବଂ ମାଥିଆସ୍‌ ଉନେଲାଣ୍ଡ୍‌ (ପ୍ରଥମ ରାଉଣ୍ଡ)ଙ୍କୁ ପରାସ୍ତ କରିଥିଲା ବେଳେ ଅବଶିଷ୍ଟ ସମସ୍ତ ରାଉଣ୍ଡକୁ ଅମୀମାଂସିତ ରଖିଥିଲେ। ସେ ଦ୍ବିତୀୟ ସ୍ଥାନରେ ରହିଥିବା ଇସ୍ରାଏଲ୍‌ ଆଇଏମ୍‌ ମାର୍ସେଲ ଇଫ୍ରୋଇମ୍‌ସ୍କି ଏବଂ ସ୍ବିଡେନ୍‌ ଆଇଏମ୍‌ ଜଙ୍ଗ୍‌ ମିନ୍‌ ସିଓଙ୍କଠାରୁ ପୂରା ୧ ପଏଣ୍ଟ ଆଗରେ ରହିଥିଲେ। ପ୍ରଣୀତ ୬ ପଏଣ୍ଟ ସହ ଯୁଗ୍ମ ତୃତୀୟରେ ରହିଥିଲେ ମଧ୍ୟ ଖରାପ ଟାଇବ୍ରେକ୍‌ ସ୍କୋର୍‌ ଯୋଗୁଁ ଷଷ୍ଠ ସ୍ଥାନ ପାଇଥିଲେ। ଏଠାରେ ବିଜେତା ହୋଇଥିବାରୁ ପ୍ରଜ୍ଞାନନ୍ଦ ଏବେ ଆସନ୍ତା ମାସରେ ଚେନ୍ନାଇରେ ଆୟୋଜିତ ହେବାକୁ ଥିବା ୪୪ତମ ଚେସ୍‌ ଅଲିମ୍ପିଆଡ୍‌ର ଓପନ୍‌ ବର୍ଗରେ ଭାରତୀୟ ‘ବି’ ଦଳର ଅଂଶବିଶେଷ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe