ଟିମ୍ ଇଣ୍ଡିଆର ଟେଷ୍ଟ୍‌ ଅଧିନାୟକ ପଦରୁ ଇସ୍ତଫା ‌ଘୋ‌ଷଣା ପରେ କୋହଲିଙ୍କୁ ନେଇ ଆନନ୍ଦ ମହିନ୍ଦ୍ରା କହି‌ଲେ ଏଭଳି କଥା...

Advertisment
ଟିମ୍ ଇଣ୍ଡିଆର ଟେଷ୍ଟ୍‌ ଅଧିନାୟକ ପଦରୁ ଇସ୍ତଫା ‌ଘୋ‌ଷଣା ପରେ କୋହଲିଙ୍କୁ ନେଇ ଆନନ୍ଦ ମହିନ୍ଦ୍ରା କହି‌ଲେ ଏଭଳି କଥା...

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଟେଷ୍ଟ୍‌ ଅଧିନାୟକ ପଦରୁ ଇସ୍ତଫା ‌ଘୋ‌ଷଣା କରି ବିରାଟ କୋହଲି ହଟଚମଟ ସୃଷ୍ଟି କରିଥିଲେ। ତାଙ୍କର ଏହି ଅପ୍ରତ୍ୟାଶିତ ନିଷ୍ପତ୍ତି ସମସ୍ତଙ୍କୁ ବିସ୍ମିତ କରିଛି। ଦକ୍ଷିଣ ଆଫ୍ରିକା ଠାରୁ ଟେଷ୍ଟ୍ ସିରିଜ ହାରିବା ପରେ ସେ ସାମାଜିକ ଗଣମାଧ୍ୟମରେ ତାଙ୍କର ଇସ୍ତଫା ଘୋଷଣା କରିଥିଲେ। ଏକଦିବସୀୟ ଅଧିନାୟକ ପଦରୁ ହଟାଇବା ଲାଗି ବିସିସିଆଇ ନିଷ୍ପତ୍ତିର ଗୋଟିଏ ମାସ ପରେ ‌କୋହଲି ଏହି ପଦକ୍ଷେପ ନେଇଥିଲେ। ଟି-୨୦ର ଅଧିନାୟକ ପଦରୁ ଓହରିଯିବା ଲାଗି ବିରାଟ ନିଜ ଆଡ଼ୁ ଘୋଷଣା କରିଥିଲେ। ଟେଷ୍ଟ କ୍ରିକେଟର ଅଧିନାୟକତ୍ୱ ଛାଡିବା ପରେ ଆନନ୍ଦ ମହିନ୍ଦ୍ରା ବିରାଟ କୋହଲିଙ୍କ ଉପରେ ଏକ ବଡ଼ କଥା କହିଛନ୍ତି।

ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଟ୍ୱିଟରରେ ଲେଖିଛନ୍ତି, 'ବିରାଟ କୋହଲି ଅନେକ ଥର ବିବାଦର କେନ୍ଦ୍ରକୁ ଆସିଛନ୍ତି। ତାଙ୍କର ଏହି ନିଷ୍ପତ୍ତି ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସିପାରେ। କିନ୍ତୁ ମୋ ପାଇଁ ବିରାଟ ଉତ୍ସାହରେ ପରିପୂର୍ଣ୍ଣ, ନିଜ ନିଷ୍ପତ୍ତିରେ ଅଟଳ ଏବଂ ଜିତିବାର ଇଚ୍ଛାର ପ୍ରତୀକ । ସେ ସବୁବେଳେ ନିଜ ଖେଳାଳିଙ୍କଠାରେ ଏହା ଦେଖିବାକୁ ଚାହୁଁଥିଲେ । ତାଙ୍କର ଶକ୍ତି ସେମିତି ରହୁ।

କୋହଲି ଟ୍ବିଟର୍‌ରେ ଲେଖିଛନ୍ତି, ‘ଏହା ୭ ବର୍ଷର କଠିନ ପରିଶ୍ରମ ଥିଲା। ଦଳକୁ ସଠିକ୍‌ ମାର୍ଗରେ ପରିଚାଳିତ କରିବା ବୋଝ ପ୍ରତ୍ୟେକ ଦିନ କ୍ଳାନ୍ତ କରି ପକାଉଥିଲା। ଏହାସତ୍ତ୍ବେ ମୁଁ ନମ୍ରତାର ସହ ଅଧିନାୟକ ଦାୟିତ୍ବକୁ ତୁଲାଇ ଆସିଛି। ପ୍ରତ୍ୟେକ ଜିନିଷ ଏକ ନିର୍ଦ୍ଦିଷ୍ଟ ପର୍ଯ୍ୟାୟରେ ଅଟକି ଯାଇଥାଏ। ଆଉ ମୋ କ୍ଷେତ୍ରରେ ଏବେ ତାହା ହିଁ ଘଟିଛି। ମୁଁ ଭାରତୀୟ ଟେ‌ଷ୍ଟ୍‌ ଦଳର ଅଧିନାୟକ ପଦରୁ ଓହରିଯାଉଛି। ମୋ ଅଧିନାୟକ କାର୍ଯ୍ୟକାଳ ଅନେକ ଉତ୍‌ଥାନ ଓ ପତନ ଦେଇ ଗତି କରିଛି। ହେଲେ କେବେ ବି ମୁଁ ଆତ୍ମବିଶ୍ବାସ ହରାଇ ନଥିଲି କିମ୍ବା ପରିଶ୍ରମରେ ହେଳା କରିନଥିଲି। ସବୁବେଳେ ୧୨୦ ପ୍ରତିଶତ ଦେବାରେ ମୁଁ ବିଶ୍ବାସ ରଖୁଥିଲି। ଆଉ ଯଦି ତାହାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିପାରୁନି ତାହାଲେ ନେତୃତ୍ବରୁ ହଟିଯିବା ପ୍ରକୃଷ୍ଟ ସମୟ ବୋଲି ଭାବିନେଲି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe