ଆଞ୍ଚଲ ଦେଲେ ପ୍ରଥମ ଅନ୍ତର୍ଜାତୀୟ ‘ସ୍କି’ ପଦକ

Advertisment
ଆଞ୍ଚଲ ଦେଲେ ପ୍ରଥମ ଅନ୍ତର୍ଜାତୀୟ ‘ସ୍କି’ ପଦକ

ଚଣ୍ଡିଗଡ଼: ମନାଲି ଝିଅ ଆଞ୍ଚଲ ଠାକୁର ମଙ୍ଗଳବାର ଇତିହାସ ରଚିଛନ୍ତି। ଦେଶ ପାଇଁ ସେ ପ୍ରଥମ ଅନ୍ତର୍ଜାତୀୟ ‘ସ୍କି’ ପଦକ ଜିତିଛନ୍ତି। ୨୧ ବର୍ଷୀୟା ଆଞ୍ଚଲ ଅନ୍ତର୍ଜାତୀୟ ସ୍କି ମହାସଂଘ ବା ଏଫଆଇଏସ୍‌ ଦ୍ୱାରା ଆୟୋଜିତ ଆଲପାଇନ୍‌ ଏଜର ୩୨୦୦ କପ୍‌ରେ କାଂସ୍ୟ ପଦକ ଜିତି ସମଗ୍ର ଦେଶକୁ ଗୌରବାନ୍ଵିତ କରିଛନ୍ତି। ଏହି ପ୍ରତିଯୋଗିତାର ତୁର୍କିର ଏରଜୁରମଠାରେ ଥିବା ପାଲାଡୋକେନ୍‌ ସ୍କି କେନ୍ଦ୍ରଠାରେ ଆୟୋଜିତ ହୋଇଥିଲା। ଯାହା ଆଞ୍ଚଲଙ୍କ ସହ ତାଙ୍କ ପରିବାର ଏବଂ ଦେଶ ‘ସ୍କି’ ପ୍ରେମୀଙ୍କୁ ଆନନ୍ଦିତ କରିଛି। ପଦକ ଜିତିବା ପରେ ଉଲ୍ଲସିତ ଆଞ୍ଚଲ କହିଛନ୍ତି ଯେ ମୋତେ ମୋ ପରିଶ୍ରମର ଫଳ ମିଳିଲା। ମୁଁ ଭଲ ଆରମ୍ଭ ପାଇଥିଲି ଏବଂ ପ୍ରଥମରୁ ଅନେକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଦେଇଥିଲି। ପରେ ଯାହା ମୋତେ ତୃତୀୟ ସ୍ଥାନ ଅଧିକାର କରିବାରେ ସହାୟକ ହୋଇଥିଲା। ଭାରତରରେ ଶୀତକାଳୀନ କ୍ରୀଡ଼ାର କୌଣସି ଭିତ୍ତିଭୂମି ଏବଂ ସୁବିଧା ସୁଯୋଗ ନଥିଲା ବେଳେ ଆଞ୍ଚଲଙ୍କ ଏହି ସଫଳତା ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ଏହି ସଫଳତା ଲାଗି ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଅଭିନନ୍ଦନ ଜଣାଇଛନ୍ତି। ଆଞ୍ଚଲ ହିମାଚଳପ୍ରଦେଶର ମନାଲିର ଏକ ଛୋଟିଆ ଗାଁ ବୁରୁଆରେ ରହୁଥିଲା ବେଳେ ଭାରତୀୟ ଶୀତକାଳୀନ କ୍ରୀଡ଼ା ମହାସଂଘର ମହାସଚିବ ରୋଶନ ଠାକୁରଙ୍କ ଝିଅ। ପିତାଙ୍କଠାରୁ ହିଁ ସେ ସ୍କି କରିବା ଶିଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe