ଲାଲାଙ୍କ ପଥରେ ଆଣ୍ଡରସନ୍‌

Advertisment
ଲାଲାଙ୍କ ପଥରେ ଆଣ୍ଡରସନ୍‌

ESPNcricinfo

ଲଣ୍ଡନ୍‌ : ଭାରତୀୟ କ୍ରିକେଟ୍‌ର ଅନ୍ୟତମ ମହାନ ଖେଳାଳି ଲାଲା ଅମରନାଥଙ୍କ ଏକ ରେକର୍ଡକୁ ପିଛା କରିଛନ୍ତି ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍‌। ଦ୍ବିତୀୟ ବୟୋଜ୍ୟଷ୍ଠ କ୍ରିକେଟ୍‌ର ଭାବେ ଏକ ଟେଷ୍ଟ୍‌ ମ୍ୟାଚ୍‌ର ପ୍ରଥମ ବଲ୍ ବୋଲିଂ କରିଛନ୍ତି ଆଣ୍ଡରସନ୍‌। ୩୯ ବର୍ଷୀୟ ଆଣ୍ଡରସନ୍‌ ଗୁରୁବାର ନ୍ୟୁଜିଲାଣ୍ଡ୍‌ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ୪/୬୬ ବୋଲିଂ ପ୍ରଦର୍ଶନ ଅବସରରେ ଏହି କୃତିତ୍ବ ଅର୍ଜନ କରିଛନ୍ତି।

୧୯୫୨ ମସିହାରେ ଭାରତ ପାଇଁ ବୋଲିଂ ଆକ୍ରମଣ ଆରମ୍ଭ କରିଥିବା ଅମରନାଥଙ୍କୁ ସେତେବେଳେ ୪୧ ବର୍ଷ ହୋଇଥିଲା। ଦୀର୍ଘ ୭୦ ବର୍ଷ ପରେ ଜଣେ ବୟସ୍କ କ୍ରିକେଟର୍‌ ଭାବେ ଆଣ୍ଡରସନ୍‌ ଏହି ପଥରେ ରହିଛନ୍ତି। ଲର୍ଡସରେ ଗୁରୁବାର ଆଣ୍ଡରସନ୍‌ ନିଜ ପ୍ରଥମ ୬ ଓଭର ମଧ୍ୟରୁ ୫ଟି ମେଡେନ୍ ବୋଲିଂ କରିଥିଲେ। ଦୁଇ ପ୍ରାରମ୍ଭିକ ଯୋଡ଼ି ଟମ୍ ଲଥାମ ଓ ୱିଲ୍ ୟଙ୍ଗ୍‌ଙ୍କୁ ଆଉଟ୍ କରିଥିଲେ। ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳିକୁ ୧୩୨ରେ ଶେଷ କରିବାରେ ଆଣ୍ଡରସନ୍‌ (୧୬-୬-୬୬-୪) ଚମତ୍କାର ବୋଲିଂ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe