ଆଣ୍ଡି ଫ୍ଲାୱାର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ: ଗଲ୍‌ଫ ଜାଏଣ୍ଟସ୍‌ ନାମ ରଖିଲା ଆଦାନି ସ୍ପୋର୍ଟଲାଇନ୍‌

ଆଣ୍ଡି ଫ୍ଲାୱାର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ: ଗଲ୍‌ଫ ଜାଏଣ୍ଟସ୍‌ ନାମ ରଖିଲା ଆଦାନି ସ୍ପୋର୍ଟଲାଇନ୍‌

Times of India

ଅହମଦାବାଦ: ପ୍ରଥମ ସଂସ୍କରଣ ଦୁବାଇ ଅନ୍ତର୍ଜାତୀୟ ଲିଗ୍‌ ଟି-୨୦ରେ ଦଳ କିଣିଥିବା‌ ଆଦାନି ସ୍ପୋର୍ଟଲାଇନ୍‌ ଏ‌ହାର ଫ୍ରାଞ୍ଚାଇଜ୍ ନାମ ରଖିଛି ଗଲ୍‌ଫ ଜାଏଣ୍ଟସ୍‌। ଏହା ବ୍ୟତୀତ ବିଶ୍ବକପ୍‌ ବିଜେତା ପ୍ରଶିକ୍ଷକ ଆଣ୍ଡି ଫ୍ଲାୱାରଙ୍କୁ ମଧ୍ୟ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରିଛି ଆଦାନି ଗ୍ରୁପ୍‌ର ଏହି କ୍ରୀଡ଼ା ଶାଖା। ଏହି ଫ୍ରାଞ୍ଚାଇଜ୍ ମଧ୍ୟ ପ୍ରୋ କବାଡ଼ି ଲିଗ୍‌, ବିଗ୍ ବାଉଟ୍‌ ବକ୍ସିଂ ଲିଗ୍‌, ଅଲଟିମେଟ୍‌ ଖୋ ଖୋ ଲିଗ୍‌ ଆଦିରେ ସମ୍ପୃକ୍ତ ରହି ଏକ ଲୋକପ୍ରିୟ ବ୍ରାଣ୍ଡ୍‌ରେ ପରିଣତ ହୋଇଛି। ପୂର୍ବତନ ଜିମ୍ବାୱେ ଅଧିନାୟକ ଆଣ୍ଡି ଫ୍ଲାୱାରଙ୍କ ପ୍ରଶିକ୍ଷିତ ଇଂଲଣ୍ଡ ଦଳ ୨୦୧୦ରେ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିଥିଲା। ଗଲ୍‌ଫ ଜାଏଣ୍ଟସ୍ ଦଳକୁ ସେ ଠିକଣା ପଥରେ ନେବେ ବୋଲି ଆଶା କରାଯାଉଛି। ଆଇପିଏଲ୍ ଦଳ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍‌ର ମଧ୍ୟ ସେ ମୁଖ୍ୟ ପ୍ରଶିକ୍ଷକ ଅଛନ୍ତି। ଇଂଲଣ୍ଡ ଓ ଆଫଗାନିସ୍ତାନ ଜାତୀୟ ଦଳ ବ୍ୟତୀତ ଆଇପିଏଲ୍‌, ଆବୁଧାବି ଟି-୧୦, ପିଏସ୍ଏଲ୍‌, ସିପିଏଲ୍‌ରେ ମଧ୍ୟ ସେ ଏକାଧିକ ଦଳର ଦାୟିତ୍ବ ତୁଲାଇ ସାରିଛନ୍ତି। ସୂଚନାଯୋଗ୍ୟ ଦୁବାଇ ଆଇଏଲ୍‌ଟି-୨୦ର ପ୍ରଥମ ସଂସ୍କରଣ ୨୦୨୩ ଜାନୁଆରି-ଫେବ୍ରୁଆରିରେ ଅନୁଷ୍ଠିତ ହେବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe